Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମନ୍ଦିରରେ ଯଦି ଏହିସବୁ ଭୁଲ କରନ୍ତି ତା’ହେଲେ ହୋଇପାରନ୍ତି କାଙ୍ଗାଳ : ପୂଜା କଲାବେଳେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

4/04/2019 at 2:03 PM

ଭୁବନେଶ୍ୱର ୪/୪ : ପ୍ରତ୍ୟେକ ମଣିଷର କିଛି ନା କିଛି ଅଭ୍ୟାସ ଥାଏ | କିଛି ଭଲ ଅଭ୍ୟାସ ଥାଏ କିଛି ଖରାପ ଅଭ୍ୟାସ ଥାଏ | ତେବେ ଏହି ଅଭ୍ୟାସ ଯୋଗୁଁ ବେଳେବେଳେ ମଣିଷ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ | ହିନ୍ଦୁ ଜ୍ୟୋତିଷଶାସ୍ତ୍ର, ବାସ୍ତୁଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ରରେ ଏମିତି କିଛି ବିଧି ରହିଛି ଯାହାଫଳରେ ମଣିଷ ଜୀବନରେ ଆସୁଥିବା ସଙ୍କଟକୁ ଦୂର କରିପାରିବ |


ହିନ୍ଦୁ ଶାସ୍ତ୍ର ଅନୁସାରେ ପୂଜାର କିଛି ବିଧି ରହିଛି | ବିଧି ଅନୁଯାୟୀ ପୂଜା କଲେ ସୁଫଳ ମିଳିଥାଏ | ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ପୂଜା ସମୟରେ ଈଶ୍ୱରଙ୍କୁ ଫୁଲ ଅର୍ପଣ କରିବାର ମହତ୍ୱ ରହିଛି | ଈଶ୍ୱରଙ୍କ ପାଦ ତଳେ ଫୁଲ ଅର୍ପଣ କରିବା ଦ୍ୱାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି | ପୂଜା କରିବାବେଳେ କିଛି ବିଶେଷ ଦିଗ ପ୍ରତି ଦୟାନ ଦେଇ ଭଗବାନଙ୍କୁ ଫୁଲ ଅର୍ପଣ କରିବା ଉଚିତ | କିଛି ଭୁଲ ହୋଇଗଲେ ଭଗବାନ ରାଗି ଯାଇଥାନ୍ତି ଏବଂ ଏହାର କୁପ୍ରଭାବ ପଡିଥାଏ |


ଫୁଲର ଏକ ବିଶେଷ ଗୁଣ ରହିଛି | ଫୁଲ ଭିତରେ ସକାରାତ୍ମକ ଶକ୍ତି ରହିଛି | ଭଗବାନଙ୍କୁ ଫୁଲ ଅର୍ପଣ କରିବା ଦ୍ୱାରା ମଣିଷକୁ ଏହି ସକାରାତ୍ମକ ଶକ୍ତିର ଲାଭ ମିଳିଥାଏ | ମନ୍ଦିରରେ ହେଉ କିମ୍ବା ଘରେ ହେଉ ପୂଜା କରିବା ପୂର୍ବରୁ ଫୁଲକୁ ସଫା ଭାବେ ଧୋଇବା ଦରକାର |


ସବୁ ଦେବାଦେବୀଙ୍କୁ ଫୁଲ ଅର୍ପଣ କରିବାର ଅଲଗା ଅଲଗା ମହତ୍ୱ ରହିଛି | ଯେଉଁ ଫୁଲକୁ ବର୍ଜନ କରାଯାଇଥାଏ ସେହି ଫୁଲକୁ କଦାପି ଅର୍ପଣ କରିବା କଥା ନୁହେଁ |


ପୂଜା କରିବା ପୂର୍ବରୁ ମନ୍ଦିରରେ ଅର୍ପଣ କରାଯାଇଥିବା ଫୁଲକୁ ସାବଧାନତାପୂର୍ବକ କାଢ଼ିଦେବା ଉଚିତ | ଏହି ବାସି ଫୁଲକୁ ଅଲଗା ରଖିବା ଉଚିତ | କଢ଼ା ଯାଇଥିବା ଏହି ବାସି ଫୁଲରେ ଯେମିତି ଗୋଡ ନ ବାଜେ ସେଠି ପ୍ରତି ଧ୍ୟାନ ଦେବା ଦରକାର |


ଭଗବାନଙ୍କୁ ଫୁଲ ଅର୍ପଣ କରିବା ପୂର୍ବରୁ ଭୁଲରେ ମଧ୍ୟ ଶୁଙ୍ଘିବା ଉଚିତ ନୁହେଁ |


ମନ୍ଦିରରେ ଅର୍ପଣ କରାଯାଇଥିବା କିଛି ଫୁଲ ନିଜ ପାଖରେ ରଖିଲେ ଶୁଭ ହୋଇଥାଏ | ଏଥିରୁ ସକାରାତ୍ମକ ଶକ୍ତି ମିଳିଥାଏ |

Krishna Puja Vidhi – Panchopchar Puja


ପୁରୁଣା ବା ବସି ଫୁଲକୁ ଅଳିଆ ଗଦାରେ ପକାଇବା ଉଚିତ ନୁହେଁ | ଏହି ଫୁଲକୁ ଖତ ଭାବେ ବ୍ୟବହାର କରିପାରିବେ | ବସି ଫୁଲକୁ କୌଣସି ନଦୀରେ ପ୍ରଭାବିତ କରିପାରିବେ |


ଭଗବାନଙ୍କୁ ସବୁବେଳେ ସତେଜ ଫୁଲ ଅର୍ପଣ କରିବା ଉଚିତ | ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଈଶ୍ୱରଙ୍କ କୃପା ପ୍ରାପ୍ତି ହେବ |

   Related Posts