Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଛୁଆଙ୍କୁ ବ୍ରେଡ୍ ଜାମ୍ ଖାଇବାକୁ ଦେଉଛନ୍ତି କି : ହୋଇପାରେ କ୍ଷତିକାରକ

2/03/2019 at 5:58 PM

ଛୁଆଙ୍କ ଖାଦ୍ୟପେୟର କଥା ପଡ଼ିଥିବାବେଳେ ବାପା ମାଆ ଅଧିକାଂଶ ସମୟରେ ଚିନ୍ତିତ ହୋଇପଡ଼ିଥାଆନ୍ତି କି ଛୁଆଙ୍କୁ କ’ଣ ଖୁଆଇବେ। କାରଣ ଅଧିକାଂଶ ଛୁଆ ଖାଇବା ନାଁ ଶୁଣିଲେ ନାକ ଟେକନ୍ତି। କିନ୍ତୁ ଏପରି ଏକ ଜିନିଷ ରହିଛି ଯାହାକୁ ଛୁଆ ଖୁସିରେ ଖାଇଥାଆନ୍ତି। ତାହା ହେଉଛି ଜାମ୍।

ବ୍ରେଡ୍ ଜାମ୍,ଜାମ୍ ରୁଟି,ଜାମ୍ ବିସ୍କୁଟ ଭଳି କେତେକ ଅପସନକୁ ପିଲାମାନେ ଅତି ସହଜରେ ଜଳଖିଆ,ଲଞ୍ଚ ଏବଂ ଡିନରରେ ଖାଇ ଦେଇଥାଆନ୍ତି। ଏହା ବାପା ମାଆଙ୍କ ପାଇଁ ମଧ୍ୟ ସହଜ ଅପସନ୍ ହୋଇଥାଏ କାରଣ ଏଥିପାଇଁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ। କିନ୍ତୁ ପ୍ରକୃତରେ ଜାମ୍ କ’ଣ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଥାଏ। ଟିଭିରେ ଦେଖାଯାଉଥିବା ବିଜ୍ଞାପନରେ ଆମେ ଦେଖିଥାଉ ଯେ ଜାମରେ ଫଳ ଥାଏ ,ନ୍ୟୁଟ୍ରିଏଣ୍ଟସ୍ ଥାଏ ଏବଂ ଏହା ପିଲାଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଏହା ସତ କି? ବିଲକୁଲ ନା

୧ଚାମଚ ଜାମ୍ ଚିନି ବରାବର ହୋଇଥାଏ। ଜାମରେ ଫଳ ପଡ଼ିଥିବାର ଦାବି କରାଯାଇଥାଏ। ଏହାକୁ ଫୁଟାଇ ସେତିକି ମାତ୍ରାରେ ଚିନି ସହ ମିଶାଯାଇଥାଏ। ଫଳକୁ ଫୁଟାଇବା ଦ୍ବାରା ଏଥିରେ ଥିବା ପାଣିର ମାତ୍ରା କମିଯାଇଥାଏ ଏବଂ ଫଳରେ ଥିବା ପୋଷକ ତତ୍ତ୍ବ ମଧ୍ୟ ନଷ୍ଟ ହୋଇଯାଇଥାଏ। କେତେକ ଫଳରେ ଥିବା ଭିଟାମିନ୍ ସି ଜାମ୍ ପ୍ରସ୍ତୁତ କରାଯିବାର ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ।

ଯେଉଁ ପିଲା ଜାମ୍ ଖାଇବାରେ ଅଭ୍ୟସ୍ତ ହୋଇଯାଇଥାଆନ୍ତି ଏବଂ ଯେଉଁମାନେ ନିୟମିତ ଭାବେ ଜାମ୍ ଖାଆନ୍ତି ସେମାନଙ୍କୁ ମେଦବହୁଳତା ହେବା ସହ ହୃଦରୋଗ ସମ୍ବନ୍ଧିତ ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ। ଏହା ଏଥିପାଇଁ ହୋଇଥାଏ କାରଣ ଆପଣ ବେଶୀ ଜାମ୍ ଖାଇବା ଦ୍ବାରା ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ନିଜ ଶରୀର ଭିତରକୁ  ନେଇଥାଆନ୍ତି।

କେବଳ ଜାମ୍ ନୁହେଁ ଟମାଟୋ ଶସରେ ମଧ୍ୟ ଚିନିର ମାତ୍ରା ଅଧିକ ଥାଏ ଏବଂ ଏଥିପାଇଁ ଏହା ଛୁଆଙ୍କ ପ୍ରିୟ ହୋଇଥାଏ। ଏହି ଭଳି ଖାଦ୍ୟ ମସ୍ତିଷ୍କକୁ ଭୁଲ୍ ସଙ୍କେତ ଦେଇଥାଏ ଯେ ଛୁଆଙ୍କ ପେଟ ଭର୍ତ୍ତି ଅଛି । ଏଥିପାଇଁ ଆପଣଙ୍କ ପିଲା ଖାଦ୍ୟରେ ଖିଅ କାଢ଼ିଥାଆନ୍ତି ଏବଂ ଭଲ ଭାବେ ଖାଆନ୍ତି ନାହିଁ।

   Related Posts