୩୩ ଦିନ ପାଇଁ ଅସ୍ତ ହେବାକୁ ଯାଉଛନ୍ତି ଶନି ଦେବ, ଏହି ୪ରାଶିର ବ୍ୟକ୍ତିଙ୍କ ଉପରେ ପଡିପାରେ ଖରାପ ପ୍ରଭାବ

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଳୀ ୧୯।୦୧ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉଲ୍ଲେଖ କରାଯାଇଥିବା ନବଗ୍ରହ ମନୁଷ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। କର୍ମ ବା ନ୍ୟାୟର ଦେବତା ଶନି ଦେବତା ଜାନୁଆରୀ ୨୨ ରୁ ଅସ୍ତ ହେବାକୁ ଯାଉଛନ୍ତି ଏବଂ ଫେବୃଆରୀ ୨୪ ପ୍ରବେଶ କରିବେ । ଶନି ପ୍ରାୟ ୩୩ ଦିନ ପାଇଁ ଅସ୍ତ ହେବାକୁ ଯାଉଛନ୍ତି । ତେବେ ଏହାର ପ୍ରଭାବ ୪ଟି ରାଶିର ଲୋକଙ୍କ ପାଇଁ ଅସୁବିଧା ସହ କଠିନ ସମସ୍ୟା ହେବାର ସମ୍ଭାବନା ରହିଛି । ତେବେ ଏଥିପାଇଁ ଟିକେ ସାବଧାନ ଅବଲମ୍ବନ କରିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ ।

କର୍କଟ ରାଶି- ଶନି ଅସ୍ତ ହେବେ ସମୟରେ ଆପଣଙ୍କର ଅସୁବିଧା ବଢିପାରେ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । କର୍ମକ୍ଷେତ୍ରରେ ତୁମର ଭାବମୂର୍ତ୍ତିକୁ ତଥା ସମ୍ମାନ ନଷ୍ଟ ହେବାର ବିପଦ ରହିଛି । କର୍କଟ ରାଶିର ସ୍ବାମୀ ଗ୍ରହ ହେଉଛି ଚନ୍ଦ୍ର। ଏଥିପାଇଁ ଶନି ଏବଂ ଚନ୍ଦ୍ର ମଧ୍ୟରେ ଶତ୍ରୁତାର ଭାବ ରହିଛି । ଏଥିପାଇଁ ଏହି ରାଶିର ଲୋକଙ୍କୁ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ସାବଧାନ ସହ ପଦକ୍ଷେପ ନିଅନ୍ତୁ।

ମିଥୁନ ରାଶି -  ତେବେ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଆଦୌ ଭଲ ସଙ୍କେତ ନୁହେଁ । ଏହି ରାଶି ଉପରେ ଶନି ଧୌୟା ଚାଲିଛି। ୩୩ ଦିନର ଏହି ଅବଧି ଆପଣଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପ୍ରେମ ଜୀବନରେ ଉଥନ-ପତନ ହୋଇପାରେ ।

କନ୍ୟା ରାଶି- କନ୍ୟା ରାସିର ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ପରିଶ୍ରମର ଲାଭ ପାଇବେ । ଯେକୌଣସି କାର୍ଯ୍ୟରେ ବାଧା ଉପୁଜିପାରେ । କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ । ଅନାବଶ୍ୟକ ଟଙ୍କା ଖର୍ଚ୍ଚ ହୋଇପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ତୁଳା ରାଶି - ଏହି ରାଶିର ବ୍ୟକ୍ତିମାନେ କ୍ୟାରିଅର୍ ଜୀବନରେ ଆପଣଙ୍କୁ ଉତ୍ଥାନ-ପତନର ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ସହ ଅନେକ କ୍ଷେତ୍ରରେ ବିପଦର ସାମ୍ନା କରିବାକୁ ପଡିପାରେ । ଏହି ସମୟରେ, ପ୍ରତ୍ୟେକ ଜିନିଷରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ପାର୍ଟନରଙ୍କ ସହ ମତଭେଦ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.