Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆଜି ଶନି ଅମାବାସ୍ୟା ଏବଂ ବଉଳ ଅମାବାସ୍ୟା : କେମିତି କରିବେ ଶନିଦେବଙ୍କ ପୂଜା ଏବଂ ଏହାର ମହତ୍ୱ କଣ ଜାଣନ୍ତୁ

5/01/2019 at 1:16 PM

ଭୁବନେଶ୍ୱର ୫/୧ : ଆଜି ଶନି ଅମାବାସ୍ୟା | ଆଜି ମଧ୍ୟ ବଉଳ ଅମାବାସ୍ୟାଧ୍ୟ । ଶନିବାର ଦିନ ଅମାବାସ୍ୟା ପଡିଲେ ଶନି ଅମାବାସ୍ୟା ଯୋଗ ହୋଇଥାଏ | ଏହାଛଡା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପୌଷ ମାସରେ ଅମାବାସ୍ୟା ପଡିଲେ ଏହି ଶନିବାରର ମହତ୍ୱ ଆହୁରି ବଢିଯାଏ | ଆଜି ଶନି ଅମାବାସ୍ୟା ବ୍ରତ କରି ଶନିଦେବଙ୍କ ପୂଜା କଲେ ପିତୃଦୋଷ କଟିଥାଏଏ ଏବଂ ଶନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି | ବ୍ରତ ପୂଜା ଛଡା ଆଜି ଭଳି ଦିନରେ ଦାନ ଧର୍ମ କଲେ ମଧ୍ୟ ଶୁଭଫଳ ମିଳିଥାଏ | ଶନି ଅମାବାସ୍ୟାରେ ଦାନ ଧର୍ମ କଲେ ସମସ୍ତ ପ୍ରକାର ସମସ୍ୟା ଦୁରେଇ ଯାଇଥାଏ |

ଶନି ଅମାବାସ୍ୟାରେ ପୂଜା ବିଧି :

ସକାଳୁ ଶୀଘ୍ର ଉଠି ସ୍ନାନ କରିବେ | ଏହାପରେ ତମ୍ବା ପାତ୍ରରେ ଜଳ ଭରି ସେଥିରେ କିଛି ରାଶି ପକେଇବେ | ତା’ପରେ ଏହି ଜଳକୁ ଅଶ୍ବସ୍ଥ ଗଛ ମୂଳରେ ଢ଼ାଲିବେ |

ଶନି ମନ୍ଦିର ଯାଇ ଶନିଦେବାଙ୍କୁ ରାଶିତେଲ ଅର୍ପଣ କରିବେ | ଦିନରେ ତେଲ ଏବଂ କୌଣସି ବି ଲୁହା ଜିନିଷ ଦାନ କରିବେ | ଦିନସାରା ଶନିଦେବଙ୍କ ବ୍ରତ ପାଳନ କରି ସନ୍ଧ୍ୟାରେ ଶନିଦେବଙ୍କ ପୂଜା କରିବେ |

ଶନି ମନ୍ଦିର ଯିବେ ଅଥବା ଘରର ପଶ୍ଚିମ ଦିଗରେ ଶନିଦେବଙ୍କୁ ଆରାଧନା କରି ତେଲ ଦୀପ ଲଗେଇବେ |

ଶନିଦେବଙ୍କ ପୂଜା ସମୟରେ ଓଁ ସଂ ଶନିଶ୍ଚରାୟ ନମଃ : ପ୍ରାଙ୍ଗ ପ୍ରିଙ୍ଗ ପ୍ରୋଙ୍ଗ ଶଃ ଶନିଶ୍ଚରାୟ ନମଃ ମନ୍ତ୍ର ଜପ କରିବେ |

ବର୍ତ୍ତମାନ ଶନିଙ୍କ ସାଢ଼େସାତୀ ଧନୁ, ବିଛା ଏବଂ ମକର ରାଶିରେ ଗତି କରୁଛନ୍ତି | ଅପର ପକ୍ଷରେ ବୃଷ ଏବଂ କନ୍ୟା ରାଶିରେ ଶନିଙ୍କ ଦେଢ଼ା ଚାଲିଛି | ଶନିଦେବଙ୍କ ପୂଜା କରିବା ଦ୍ୱାରା ଏହି ସବୁ ରାଶି ବ୍ୟକ୍ତି ବିଶେଷଙ୍କ ସମସ୍ୟା କମ ହୋଇଯିବ |

   Related Posts