ଧାନକିଣାରେ ଅବ୍ୟବସ୍ଥା, ରାସ୍ତା ଉପରେ ବସ୍ତା ରଖି ପ୍ରତିବାଦ କଲେ ଚାଷୀ

Published By : Prameya-News7 Bureau | January 27, 2022 IST

ପାଟଣା, ୨୭/୦୧: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଭଣ୍ଡା ସମବାୟ ସମିତିରେ ଉତ୍ତେଜନା । ଧାନ କିଣାରେ ଅବ୍ୟବସ୍ଥା ଦେଖା ଦେବା ଅଭିଯୋଗ କରି  ଉତ୍ତ୍ୟକ୍ତ ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି।

ସୂଚନା ଅନୁସାରେ, ଚମ୍ପୁଆ ବ୍ଲକର ଷଡ଼ଙ୍ଗୀ ଜଜପଶି, ନିଉଣ୍ଡି ବୁଢୀମରା ଗ୍ରାମର ୧୦୦ରୁ ଅଧିକ ଚାଷୀ ମୋବାଇଲକୁ ମେସେଜ ଆସିବା ପରେ ଫୁଲକଂଳେଇ ଶାଖାକୁ ଧାନ ବିକ୍ରି କରିବା ଆଣିଥିଲେ । କିନ୍ତୁ ସମବାୟ ସମିତିର କୌଣସି କର୍ମଚାରୀ କିମ୍ବା ଯୋଗାଣ ବିଭାଗର କର୍ମକର୍ତ୍ତାଙ୍କ ଦେଖା ଦର୍ଶନ ମିଳିନଥିଲା । ତେଣୁ ଧାନ ବିକ୍ରି କରି ପାରିନଥିଲେ ଚାଷୀ। ସେପଟେ ୪  ଦିନ ଧରି ମଣ୍ଡିରେ  ଧାନ ପଡି ରହିଥିବାରୁ ଚାଷୀ ରାତି ଅନିଦ୍ରା ରହି ଧାନକୁ ଜଗି ରହିଥିଲେ।

ଟୋକନ୍ ଲାପ୍ସ ପରେ ଧାନ କିପରି ବିକ୍ରି କରିବେ ଚିନ୍ତାରେ ଅଛନ୍ତି ଚାଷୀକୁଳ । ତୁରନ୍ତ ଧାନ କିଣିବା ଦାବି କରି ଉତ୍ୟକ୍ତ ଚାଷୀ ରାସ୍ତା ଉପରେ ଧାନ ବସ୍ତାକୁ ରଖି ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ଫୁଲକଂଳେଇ ନିକଟରେ ଅବରୋଧ କରିଛନ୍ତି। ରାସ୍ତା  ଅବରୋଧ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାରେ ଗାଡି ଚଳାଚଳ ବଧାପ୍ରାପ୍ତ ହୋଇଛି।ସେପଟେ ସମୟ ସରିଯାଇଥିବାରୁ ଚାଷୀଙ୍କ ଧାନ କିଣା ହୋଇ ପାରୁ ନଥିବା ଭଣ୍ଡା ସମବାୟ ସମିତି ପରିଚାଳକ ଆର୍ତ୍ତ ସାହୁ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.