ତାରକ ମେହେତା କା ଓଲଟା ଚଷମା ଶୋ ଛାଡ଼ିବେ ଶୈଳେଶ ଲୋଧା!; ନୂଆ ଶୋ'ର ଟିଜର ରିଲିଜ୍

Published By : Prameya-News7 Bureau | May 21, 2022 IST

ମୁମ୍ବାଇ: ଶୈଳେଶ ଲୋଧାଙ୍କୁ ଜଣେ କବି ଓ ଲେଖକ ଭାବେ ହୁଏତ କମ ଲୋକ ଜାଣନ୍ତି। ହେଲେ ଭାରତରେ ଘରେ ଘରେ ପରିଚିତ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ ରେ ସମସ୍ତେ ତାଙ୍କୁ ତାରକ ମେହେତା ନାଁରେ ଜାଣନ୍ତି। ଦୀର୍ଘ ୧୪ ବର୍ଷ ହେଲା ଚାଲିଆସୁଥିବା ଏହି ଧାରବାହିକ ଆଗକୁ ହୁଏତ ଚାଲିବ। ହେଲେ ତାରକ ମେହେତାଙ୍କୁ ଆଉ ଦେଖିବାକୁ ମିଳି ନପାରେ। ଶୈଳେଶ ଲୋଧା ସୁବିଦନ ପାଇଁ ଏହି ସିରିଏଲ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଶୈଳେଶ ସିରିଏଲ୍ ଛାଡ଼ି ଏକ ଶୋରେ ଆଙ୍କରିଂ କରିବେ।

ଏହି ଶୋର ଟିଜର ମଧ୍ୟ ରିଲିଜ୍ ହୋଇଗଲାଣି। ସେହେମାରୁ ଟିଭି ଟ୍ୱିଟ୍ କରି ‘ବାହା ଭାଇ ବାହା’ ନାମରେ ଶୋ’ର ଟିଜର ରିଲିଜ୍ କରିବା ସହିତ ଏଥିରେ ଶୈଳେଶ ହୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଶେହେମାରୁ ଟ୍ୱିଟ୍ କରି ଲେଖିଛି “ବାହା ବାଇ ବାହା ! ଚିହ୍ନନ୍ତୁ ତ କିଏ ଇଏ ? ଯିଏ ଏକ ନୂଆ ଶୋ ନେଇ ଆସୁଛନ୍ତି। ଦେଖନ୍ତୁ ଖୁବ୍‌ଶୀଘ୍ର କେବଳ ଶେହେମାରୁ ଟିଭିରେ।”

wp:html /wp:html

ତେବେ ନୂଆ ଶୋ ପାଇଁ ଧାରାବାହିକ ଛାଡୁଛନ୍ତି କି ଅନ୍ୟ କୌଣସି କାରଣ ପାଇଁ ସେ ଶୋ ଛାଡୁଛନ୍ତି ସେ ନେଇ ଶୈଳେଶ କିନ୍ତୁ କୌଣସି ସୂଚନା ଦେଇ ନହାଁନ୍ତି। ହେଲେ ପୂର୍ବପରି ସିରିଏଲ୍‌ରେ ତାଙ୍କ ଚରିତ୍ରର ଗୁରୁତ୍ୱ ଆଉ ନାହିଁ। ଧାରାବାହିକର କାହାଣୀରେ ତାଙ୍କ ଚରିତ୍ର ଗୁରୁତ୍ୱ ହଜିଯାଉଛି ବୋଲି ଶୈଳେଶ ଛାଡିପାରନ୍ତି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.