କଳିଙ୍ଗ ଷ୍ଟାଡିୟମରେ ଶାହରୁଖ ଖାନ

Published By : Prameya-News7 Bureau | November 27, 2018 IST

ଭୁବନେଶ୍ୱର ୨୭/୧୧ : କଳିଙ୍ଗ ଷ୍ଟାଡିୟମରେ ପହଁଚିଲେ ଶାହରୁଖ ଖାନ | ହକି ୱାର୍ଲଡ କପର ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଷ୍ଟେଜକୁ ଓହ୍ଲାଇଛନ୍ତି କିଙ୍ଗ ଖାନ | ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ ଜମି ରହିଛି | ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଥିବାରୁ ଶାହରୁଖ ଖାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି | ନାମୀଦାମୀ କଳାକାରଙ୍କ ନାଚଗୀତ ଦେଖିବାକୁ ନାହିଁ ନଥିବା କ୍ରେଜ୍ । କିଏ ମୁହଁକୁ ତ୍ରିରଙ୍ଗାରେ ରଙ୍ଗାଇ ଥିଲା ତ ଆଉ କିଏମୁଣ୍ଡରେ ବାନ୍ଧିଥିଲା ତ୍ରିରଙ୍ଗା । ଆଉ ଏହି ଲମ୍ବା ଲାଇନ୍ ହିଁ କହୁଥିଲା ହକି ଉଦ୍‌ଘାଟନୀ ଉତ୍ସବ ପାଇଁ କେତେ ରହିଥିଲା କ୍ରେଜ୍ । ହାତରେ ଟିକେଟ୍‌ ଧରି ପିଲାଠୁ ବୁଢା ପର୍ଯ୍ୟନ୍ତ ବେଶ ଉତ୍ସାହର ଜଣଙ୍କ ପରେ ଜଣେ ଷ୍ଟାଡିୟମ୍ କୁ ପ୍ରବେଶ କରିଥିଲେ । ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଲାଇନ୍‌ ହୋଇଥିଲା । କଡା ଚେକିଂ ହେଉଥିବାରୁ ଦର୍ଶକ ମାନେ ଷ୍ଟାଡିଅମରେ ପହଞ୍ଚିବାକୁ କିଛିଟା ସମୟ ଲାଗୁଥିଲା ।ଏଥିପାଇଁ କିଛି ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.