ସେକ୍ସ ରାକେଟ ଠାବ : ଘରେ ଛୋଟ ଛୋଟ କ୍ୟାବିନ ତିଆରି କରି କରୁଥିଲେ ଦେହ ବ୍ୟବସାୟ, ୪ ଯୁବକ ଓ ୭ ଯୁବତୀ ଗିରଫ

Published By : Prameya-News7 Bureau | June 27, 2019 IST

ସାହାରାନପୁର ୨୭/୬ : ସାହାରାନପୁର ପୋଷ ଅଞ୍ଚଳ ନବୀନ ନଗର ସ୍ଥିତ ଏକ ଘରେ ଚାଲୁଥିବା ସେକ୍ସ ରାକେଟର ପର୍ଦାଫାଶ କରିଛି ପୋଲିସ । ପୋଲିସ ୪ଜଣ ଯୁବକ ଓ ୭ ଯୁବତୀଙ୍କୁ ଗିରଫ କରିଛି । ଚଢୁଉ ବେଳେ ୩ ଯୁବତୀ ଓ ୫ ଯୁବକ ଫେରାର ହୋଇଗଲେ । ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ଏବଂ ଆପତ୍ତିଜନକ ଜିନିଷ ଜବତ ହୋଇଛି ।

ମଙ୍ଗଳବାର ସନ୍ଧ୍ୟାରେ ପୋଲିସକୁ ନବୀନ ନଗର ଟ୍ରାନ୍ସଫର୍ମର ନିକଟରେ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ସୂଚନା ମିଳିଥିଲା । ସୂଚନାପାଇ ଥାନା ପ୍ରଭାରୀ ପଙ୍କଜ ପଂଥ, ମହିଳା ଥାନା ପ୍ରଭାରୀ ସରିତା ସିଂହ ତଥା ଉଦ୍ଧାର ଅଧିକାରୀ ମିନଦାର ସିଂହ ଟିମ ସହ ଚଢ଼ଉ କରିଥିଲେ । ପୋଲିସ ଚଢ଼ାଉ ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା । କିଛି ଯୁବକ ଯୁବତୀ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ । ୪ ଯୁବକ ଯୁବତୀଙ୍କୁ ପୋଲିସ ଆପତ୍ତିଜନକ ସ୍ଥିତିରେ ଗିରଫ କରିଥିଲା । ସେହି ଘରୁ ୪ଯୁବକ ଓ ୭ଯୁବତୀଙ୍କୁ ପୋଲିସ ଗିରଫ କରିଥିଲା । ଏମାନଙ୍କ ମଧ୍ୟରୁ ୪ଜଣ ଯୁବତୀ ସହରର ଅନ୍ୟାନ୍ୟ ଅଂଚଳରୁ ଥିବାବେଳେ ୩ଜଣ ଯୁବତୀ ସହର ବାହାରୁ ଆସିଥିଲେ ।

ଯେଉଁ ଘରେ ପୋଲିସ ଚଢ଼ାଉ କରିଥିଲା, ସେହି ଘରେ ଛୋଟ ଛୋଟ କ୍ୟାବିନ ତିଆରି କରାଯାଇଥିଲା । ଏହି କ୍ୟାବିନରେ ଯୁବକଙ୍କୁ ଯୁବତୀମାନଙ୍କ ପାଖକୁ ପଠାଯାଉଥିଲା । ଘରେ ପାଖାପାଖି ୬ଟି କ୍ୟାବିନ ଥିଲା । ପୋଲିସ ଚଢ଼ାଉ ପରେ ଘରେ ତାଲା ପକାଇ ଦିଆଯାଇଛି ।

ଗିରଫ ହୋଇଥିବା ଜଣେ ଯୁବକ କହିଥିଲା ଯେ, ଘର ମାଲିକାଣି କ୍ୟାବିନ ଭଡା ଏବଂ ଯୁବତୀ ପାଇଁ ଅଲଗା ଅଲଗା ଦାମ ନିର୍ଧାରିତ କରିଥିଲେ । ଯୁବତୀ ନିଜ ସହ ନେଇଆସିଲେ କ୍ୟାବିନ ଭଡା ଘଣ୍ଟାକୁ ୬୦୦ ଟଙ୍କା ଏବଂ ଯୁବତୀ ପାଇଁ ୨୦୦୦ ରୁ ୩୦୦୦ ଟଙ୍କା ନେଉଥିଲେ । 

ପୋଲିସ ଚଢ଼ାଉ ବେଳେ ଘର ମାଲିକାଣି ପୋଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ବହୁତ ଖୋଜାଖୋଜି ପରେ ତାର କୌଣସି ପତା ପାଇନାହିଁ । ଫେରାର ଯୁବକ ଯୁବତୀ ଏବଂ ଘର ମାଲିକାଣିକୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.