ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ

Published By : Prameya-News7 Bureau | March 04, 2021 IST

ସାନଖେମୁଣ୍ଡି ୪।୩: ବାରହା ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗ୍ରାମର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିବାବେଳେ କିଛି ବାରହା ଆକ୍ରମଣ କରିଥିଲେ ।  ଫଳରେ ୭ ଜଣ ଆହତ ହୋଇଛନ୍ତି ।  ଆହତମାନେ ହେଲେ ଜୀବନ ଗୌଡ, ସୂର୍ଯ୍ୟ ଗୌଡ, ଶନ୍ତ ବାରିକ, ସୁସୁଲା ଗୌଡ, ସୁଶୁଳା ସ୍ବାଇଁ, ଜୟନ୍ତୀ ଜେନା ଏବଂ ପ୍ରିୟଙ୍କା ବିଶୋୟୀ । ଆହତ ମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଏହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.