ଆମେରିକାର ଯୁଦ୍ଧ ବିମାନ ଦୁର୍ଘଟଣାରେ ୭ ଆହତ

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ ୨୫/୦୧; ନୌସେନା F-35C ଜାହଜ ଦୁର୍ଘଟଣାରେ ୭ଜଣ ନୌଚାଳକ ଆହତ ହୋଇଛନ୍ତି। ସୋମବାର ଦକ୍ଷିଣ ଚୀନ୍ ସାଗରରେ ଏହି ଦୁର୍ଘଟଣା ହୋଇଛି।  USS କାର୍ଲ ଭିନ୍ସନ୍ ଦକ୍ଷିଣ ଚୀନ୍ ସାଗରରେ ରୁଟିନ୍ ଫ୍ଲାଇଟ୍ ଅପରେସନ୍ କରୁଥିବାବେଳେ ଏହି ଘଟଣା ଘଟିଛି।

ଆମେରିକାର ପାସିଫିକ୍ ଫ୍ଲେଟ୍ କହିଛି ଯେ, ବିମାନରୁ ସୁରକ୍ଷିତ ଭାବେ ବିମାନଚାଳକଙ୍କୁ ବାହାରକୁ ନେବା ପରେ ସେମାନଙ୍କରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ଆମେରିକାର ସାମରିକ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଛି।

ସମୁଦାୟ ୭ ଜଣ ଆହତଙ୍କ ମଧ୍ୟରୁ ୩ ଜଣ ନାବିକ ଫିଲିପାଇନ୍ସର ମାନିଲାସ୍ଥିତ ଏକ MEDEVAC ଚିକିତ୍ସା ଆବଶ୍ୟକ କରୁଥିବା ବେଳେ ଅନ୍ୟ ୪ ଜଣ ମେଡିକାଲ କର୍ମଚାରୀଙ୍କ ଦ୍ବାରା ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.