ରଥ ଯାତ୍ରା: ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ ହେବ RT-PCR ଟେଷ୍ଟ

Published By : Prameya-News7 Bureau | June 18, 2021 IST

ପୁରୀ ୧୮।୦୬: ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ କୋଭିଡ ପରିଚାଳନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ସହ ସବୁ ସେବାୟତ ଓ ଅଧିକାରୀଙ୍କ ହେବ ଟିକାକରଣ। ଏଥିରେ ନୋଡାଲ ଅଧିକାରୀ ନିୟୋଜିତ ରହିବେ। ଏନେଇ ବିସ୍ତୃତ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭରଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଶୁକ୍ରବାର ଅନୁଷ୍ଠିତ ବୈଠକରେ ପୁରୀ ଜିଲାପାଳ, ବରିଷ୍ଠ ସେବାୟତ ଭାଗ ନେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ପୋଲିସ ଓ ରଥଯାତ୍ରାରେ ନିୟୋଜିତ ଵ୍ୟକ୍ତିମାନଙ୍କ ୪ଟି ପର୍ଯ୍ୟାୟରେ କୋଭିଡ ପରୀକ୍ଷା କରାଯିବ। ଦେବସ୍ନାନ ପୁର୍ଣ୍ଣମୀ, ରଥଯାତ୍ରା, ବାହୁଡା ଯାତ୍ରା ଓ ନିଳାଦ୍ରୀ ବିଜେ  ପୂର୍ଵରୁ ଓ ପରେ ଆରଟିପିସିଆର ଟେଷ୍ଟ କରାଯିବ। ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ସମୟରେ ସେବାୟତଙ୍କୁ ପର୍ଯ୍ୟାପ୍ତ ପରିମାଣର ମାସ୍କ , ସାନିଟାଇଜର ଦିଆଯିବ। ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇ କୋଭିଡ ନିୟମ ପାଳନ ନେଇ ସଚେତନତା ସହ ସଚେତନତା ପତ୍ର ବଣ୍ଟାଯିବ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶକୁ ସମସ୍ତେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.