Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ରାଜଭବନରେ ସେବାୟତ : Bigstory Followup

13/08/2018 at 10:59 AM

ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ଦଇତାପତି ନିଯୋଗ । ବିନାୟକ ଦାସ ମହାପାତ୍ର ଓ ନରସିଂହ ପତି ମହାପାତ୍ରଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ରେକର୍ଡ ଅଫ୍ ରାଇଟ୍ ଉଚ୍ଛେଦ ନକରିବା ସହ ବଂଶାନୁକ୍ରମିକ ସେବା ପୂଜାକୁ ନ ଉଠାଇବାକୁ ଦାବି କରିଛି ଦଇତାପତି ନିଯୋଗ । ଏଥି ସହ ଦାନ, ଦକ୍ଷିଣା, ପାରମ୍ପରିକ ସେବା ନଛଡାଇବାକୁ ମଧ୍ୟ ଦାବି କରାଯାଇଛି । ଏହାଛଡା ଭକ୍ତଙ୍କ ଦର୍ଶନ ପାଇଁ ଅନଲାଇନ୍ ଟିକେଟିଂ ବ୍ୟବସ୍ଥା ଲାଗୁ ନକରିବାକୁ ମଧ୍ୟ ଦାବି କରାଯାଇଛି । ସେପଟେ ଦଇତାପତିଙ୍କ ଦାବି ଶୁଣିବା ପରେ ସମସ୍ତ ନିଯୋଗ ଏକଜୁଟ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଏଥି ସହ ଭକ୍ତଙ୍କୁ ଶୃଖଂଳିତ ଦର୍ଶନ ଓ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ।

   Related Posts