କୋଭିଡ-୧୯ ତୃତୀୟ ଲହରରେ ପିଲା ପ୍ରଭାବିତ ହେବାର ଆଶଙ୍କା କମ୍ : କେନ୍ଦ୍ର ସରକାର

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮।୬: କୋଭିଡ ଦ୍ୱିତୀୟ ଲହର ପ୍ରଶମିତ ହୋଇ ଆସିଲାଣି। ହେଲେ ଏବେ ତୃତୀୟ ଲହରକୁ ନେଇ ଛନକା ପଶିଛି। ଏଥିରେ ୧୮ ବର୍ଷରୁ କମ୍‌ ବୟସ୍କ ପିଲା ଅଧିକ ଆକ୍ରାନ୍ତ ହେବା ନେଇ ଆଶଙ୍କା କରାଯାଉଛି।  ହୋଇପାରେ ପିଲାମାନେ ଏହି ଲହରରୁ ମଧ୍ୟ ସୁରକ୍ଷିତ ବର୍ତ୍ତି ଯାଇପାରନ୍ତି ବୋଲି କେନ୍ଦ୍ର ସରକାର ଶୁକ୍ରବାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଦୈନିକ କୋଭିଡ ସାମ୍ବାଦିକ ସମ୍ମିଳନୀରେ ସେରୋ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ କରୋନା ସଂକ୍ରମଣର ପ୍ରଭାବ ଦେଶରେ  ପ୍ରାୟ ସବୁ ଆୟୁବର୍ଗର ଲୋକଙ୍କ ଲାଗି ସମାନ ଥିଲା ବୋଲି କୁହାଯାଇଛି। 

{"id":467954,"width":837,"height":478,"sizeSlug":"large","linkDestination":"none"}

ପ୍ରତ୍ୟେକ ଆୟୁବର୍ଗର ଲୋକଙ୍କ ଠାରେ ସେରୋ ପଜିଟିଭିଟି ଥିବା ଦେଖା ଯାଇଛି। ଏଣୁ ହୁଏତ ତୃତୀୟ ଲହର ଆସିଲେ ବି ୧୮ ବର୍ଷରୁ କମ୍‌ ବୟସ୍କ କମ୍‌ ଆକ୍ରାନ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି। ଯଦି ତୃତୀୟ ଲହର ଆସେ ଓ ଏଭଳି କୌଣସି ପରିସ୍ଥିତି ଉପୁଜେ ସେଥିଲାଗି ପ୍ରସ୍ତୁତିରେ ସରକାର ସାମାନ୍ୟତମ ଅବହେଳା ବି କରିବେନି ବୋଲି ସେ କହିଛନ୍ତି। ଡବ୍ଲୁଏଚଓ-ଏମସ୍‌ଙ୍କ ସର୍ଭେକ୍ଷଣର ଦିନକ ପରେ ସରକାରଙ୍କ ଏହି ବିବୃତ୍ତି ଆସିଛି। ଯେଉଁଥିରେ ପିଲାଙ୍କ ଠାରେ ସାର୍ସ କୋଭ-୨ ପଜିଟିଭିଟି ହାର ସର୍ବାଧିକ ଥିବା ସୂଚିତ କରାଯାଇଛି।

{"id":467955,"width":835,"height":418,"sizeSlug":"large","linkDestination":"none"}

ଏହି ହାର ପଜିଟିଭ ହୋଇଥିବା ବୟସ୍କ ଜନସଂଖ୍ୟା ସହ ପ୍ରାୟ ସମାନ। ଏଣୁ ତୃତୀୟ ଲହରରେ କରୋନା ବୟସ୍କଙ୍କ ତୁଳନାରେ ପିଲାଙ୍କୁ ପ୍ରଭାବିତ କରିବାର ଆଶଙ୍କା ଏତେ ଅଧିକ ନୁହେଁ ବୋଲି ଅନୁମାନ କରାଯାଉଛି। ଏହି ମିଳିତ ସେରୋ ସର୍ଭରେ ଏମସ୍‌ର ମୁଖ୍ୟ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ, ସେଣ୍ଟର ଫର କମ୍ୟୁନିଟି ମେଡିସିନ ବିଭାଗର ଡା. ପୁନିତ ମିଶ୍ର, ଡା. ଶଶିକାନ୍ତ ଓ ଡା. ସଞ୍ଜୟ କେ. ରାୟ ମଧ୍ୟ ଏହି ଅଧ୍ୟୟନର ଅଂଶ ଥିଲେ। ଏଥିରୁ କୋଭିଡ ଦ୍ୱିତୀୟ ଲହରରେ ବି ପିଲମାନେ ସଂକ୍ରମିତ ହୋଇଥିଲେ ତାହା ନିଶ୍ଚିତ ହୋଇଯାଇଛି। ତେବେ ପିଲାଙ୍କ ଠାରେ ସଂକ୍ରମଣ ମାମୁଲି ଥିବାର ଏଥିରୁ ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.