ପଦୋନ୍ନତିରେ ସଂରକ୍ଷଣ ଉପରେ ଆସନ୍ତାକାଲି ଆସିବ ‘ସୁପ୍ରିମ’ ରାୟ

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ, ୨୭ /୦୧: ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇବେ । ଜଷ୍ଟିସ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଆସନ୍ତାକାଲି ନିଜର ନିଷ୍ପତ୍ତି ଶୁଣାଇବେ। ଏହା ପୂର୍ବରୁ ଅଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ, ଅତିରିକ୍ତ ସଲିସିଟର ଜେନେରାଲ ବଲବୀର ସିଂ ଏବଂ ଅନ୍ୟ ରାଜ୍ୟ ତରଫରୁ ଯୁକ୍ତି ରଖିଥିବା ବରିଷ୍ଠ ଆଇନଜୀବୀଙ୍କ ପକ୍ଷ ଶୁଣିଥିଲେ।

କେନ୍ଦ୍ର ସରକାର ଖଣ୍ଡପୀଠ ଆଗରେ କହିଥିଲେ, ଏହା ସତ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଏସସି-ଏସଟି ବର୍ଗର ଲୋକଙ୍କୁ ସାମାନ୍ୟ ସ୍ତରକୁ ଅଣାଯାଇ ପାରି ନାହିଁ । ଖଣ୍ଡପୀଠ ୨୦୨୧ ଅକ୍ଟୋବର ୨୬ରେ ଏହି ମାମଲା ଶୁଣାଣି କରି ନିଜର ରାୟ ସଂରକ୍ଷିତ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.