ଋଣ ସୁଝି ସୁଝି କାଙ୍ଗାଳ ହୋଇଯିବ ପାକିସ୍ତାନ : ସାଉଦି ଆରବଠୁ ୩ ବିଲିୟନ ଡଲାର ଲୋନ୍ ନେଲେ ଇମ୍ରାନ୍ ସରକାର

Published By : Prameya-News7 Bureau | November 30, 2021 IST

ଭୁବନେଶ୍ୱର,୩୦/୧୧:  ପାକିସ୍ତାନରେ ସ୍ଥିତି ଭୟଙ୍କର । ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦେଶ ଚଳାଇବାକୁ ଇମ୍ରାନ ଖାନଙ୍କ ପାଖରେ ଟଙ୍କା ନାହିଁ । ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ୩ ବିଲିୟନ ଡଲାରକୁ ନେଇ ସାଉଦି ଫଣ୍ଡ୍ ଫର୍ ଡେଭେଲପମେଣ୍ଟ୍ ସହ ଏକ ଚୁକ୍ତି କରିଛି । ନିଜ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁଧାର କରିବାକୁ ପାକିସ୍ତାନର ଷ୍ଟେଟ୍ ବ୍ୟାଙ୍କ ଏପରି ପଦକ୍ଷେପ ନେଇଛି ।

ପାକିସ୍ତାନ ସରକାରଙ୍କ କହିବାନୁସାରେ, ସାଉଦି ଫଣ୍ଡ ଫର୍ ଡେଭେଲପମେଣ୍ଟ୍ ଷ୍ଟେଟ୍ ବ୍ୟାଙ୍କ ଅପ୍ ପାକିସ୍ତାନରେ ୩ ବିଲିୟନ ଆମେରିକୀୟ ଡଲାର ଜମା କରିବ । ଏହା ଦ୍ୱାରା ସମସ୍ତ ଅର୍ଥ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ଜମା ହୋଇଯିବ ।

ଡନର ରିପୋର୍ଟ ଅନୁସାରେ, ସରକାର ଏହି ଅର୍ଥରେ କେତେ ଟଙ୍କା ସୁଧ ଦେବେ ସେନେଇ କିଛି କହି ନାହାଁନ୍ତି । ତେବେ ଏହା ବୈଶ୍ୱିକ ବଜାର ତୁଳନାରେ ବେଶି ବୋଲି କୁହାଯାଉଛି । ସୁଧକୁ ନେଇ ପଚରା ଯାଇଥିବା ପ୍ରଶ୍ନକୁ ସରକାର ଏଡାଇ ଯାଇଥିଲେ । ସମସ୍ତ ସର୍ତ୍ତ ଗୋପନୀୟ, ଏହାର ଖୁଲାସା କରାଯିବ ନାହିଁ ବୋଲି କହିଥିଲେ ପାକିସ୍ତାନ ସରକାର ।

ପାକିସ୍ତାନ ପୂର୍ବରୁ ଚାଇନା ସମେତ, ବିଶ୍ୱବ୍ୟାଙ୍କ, ଆଇଏମଏଫ, ଆମେରିକା ଆଦି ଦେଶରୁ ଋଣ ନେଇଛି । ଏବେ ସାଉଦିଠୁ ଋଣ ନେବା ପରେ ଦେଶ କିଛି ଦିନ ପରେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରିପାରେ । କରୋନା ପାଇଁ ହୋଇଥିବା କ୍ଷତିର ଭରଣା  କରିବାକୁ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.