ଦଳରୁ ମିଳିଲାନି ଟିକେଟ୍, ଜୟଦେବ ଆସନରୁ ସ୍ଵାଧୀନ ଭାବେ ଲଢିବେ ସତ୍ୟପ୍ରିୟ

Published By : Prameya-News7 Bureau | April 25, 2024 IST

ବାଲିପାଟଣା ୨୫।୪: ଜୟଦେବ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେପି ନେତା ସତ୍ୟପ୍ରିୟ ବେହେରା । ସମାଜସେବୀ ସତ୍ୟପ୍ରିୟ ନିକଟ ଅତୀତରେ ବିଜେପିରେ ସାମିଲ ହୋଇଥିଲେ । ଜୟଦେବରୁ ବିଜେପି ବିଧାୟକ ଟିକେଟ ଆଶାୟୀ ଥିବା ସତ୍ୟପ୍ରିୟଙ୍କୁ ଟିକେଟ ନଦେଇ ଅରବିନ୍ଦ ଢାଲିଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ଦଳ ଘୋଷଣା କରିଥିଲା । ଏହାକୁ ନେଇ ଢାଲିଙ୍କୁ ବିରୋଧ କରିଥିଲେ ସତ୍ୟପ୍ରିୟଙ୍କ ସମର୍ଥକ । 

ଏବେ ସତ୍ୟପ୍ରିୟ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସମର୍ଥକମାନଙ୍କୁ ଏକାଠି କରିବା ସହ ସଭା କରୁଛନ୍ତି । ବିଜେପି ଟିକେଟ ନ ମିଳିଲେ ଆଗାମୀ ଦିନରେ ସେ ସ୍ଵାଧୀନରେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ସିଟ୍ ପାଇଁ ଲଢ଼େଇ କରିବେ । ସତ୍ୟପ୍ରିୟ ସ୍ଵାଧୀନରେ ପ୍ରତିଦ୍ଵନ୍ଦିତା କଲେ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲିଙ୍କ ଉପରେ ଏହାର ଜୋରଦାର ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଛି ।

You Can Read :

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ : ହେଲପରଙ୍କ ମୃତ୍ୟୁ, ଡ୍ରାଇଭର ଗୁରୁତର 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.