ନାମାଙ୍କନ ଖାରଜ ପରେ ଧାରଣାରେ ବସିଲେ ଆଶାୟୀ ସରପଞ୍ଚ ପ୍ରାର୍ଥିନୀ, ଦେଲେ ଆତ୍ମାହୂତୀ ଧମକ

Published By : Prameya-News7 Bureau | January 25, 2022 IST

ଉଦଳା ୨୫।୧: ଯାଞ୍ଚ ବେଳେ ନାମାଙ୍କନ ଖାରଜ ନେଇ ଏବେ ଧାରଣାରେ ସରପଞ୍ଚ ପ୍ରାର୍ଥୀ । କେବଳ ଧାରଣାରେ ବସି ନାହାନ୍ତି ବରଂ ପୁନଃ ଯାଞ୍ଚ କରାଯାଇ ନିର୍ବାଚନ ଲଢ଼ିବାକୁ ନ ଦିଆଗଲେ ଆତ୍ମାହୂତୀ ଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ଆଶାୟୀ ସରପଞ୍ଚ ପ୍ରାର୍ଥୀ । କପ୍ତିପଦା ପଞ୍ଚାୟତରେ ସରପଞ୍ଚ ପଦବୀରେ ନିର୍ବାଚନ ଲଢିବା ନିମନ୍ତେ ଆଶାୟୀ ପ୍ରାର୍ଥୀ ତନ୍ମୟୀ ହାଁସଦା ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ଯାଞ୍ଚ ସମୟରେ ତାଙ୍କର କାଗଜପତ୍ର ଠିକ୍ ଥିବା କୁହାଯାଇଥିବା ବେଳେ ନାମାଙ୍କନ ଯାଞ୍ଚ ପରେ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାରେ ତାଙ୍କ ନାମକୁ କାଟି ଦିଆଯାଇଛି ।

ଯାହାକୁ ନେଇ କପ୍ତିପଦା ନିର୍ବାଚନ ଅଧିକାରୀ ତଥା କପ୍ତିପଦା ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ଭେଟି ଘଟଣା ବାବଦରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇ ନଥିଲେ । ଯାହାକୁ ନେଇ ଆଶାୟୀ ସରପଞ୍ଚ ପ୍ରାର୍ଥୀ ତନ୍ମୟୀ କପ୍ତିପଦା ତହସିଲ ସମ୍ମୁଖରେ ନିଜ ସମର୍ଥକଙ୍କ ସହିତ ଧାରଣାରେ ବସିଛନ୍ତି । ତେବେ ମଙ୍ଗଳବାର ସୁଦ୍ଧା ତାଙ୍କ ପ୍ରାର୍ଥୀ ପତ୍ର କାଏମ ରଖିବା ସହିତ ନିର୍ବାଚନ ଲଢ଼ିବାକୁ ସୁଯୋଗ ନ ଦେଲେ ସେ ଆତ୍ମାହୂତୀ ଦେବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.