ମୃତ୍ୟୁ ପରେ ଛୁଇଁଲେନି ସାହି ଲୋକ, ଅନ୍ତିମ ସଂସ୍କାର କଲେ ସରପଞ୍ଚଙ୍କ ପ୍ରତିନିଧି

Published By : Prameya-News7 Bureau | May 15, 2021 IST

ଚଣ୍ଡିଖୋଲ,୧୫/୦୫: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ଖୋସାଲିପୁର ଗ୍ରାମର ମୂଷେଇ ମଳିକଙ୍କର ଶୁକ୍ରବାର ରାତିରେ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ଘଟିଛି । ସେ ଗ୍ରାମର ଦଳିତ ସାହିର ଅନ୍ୟତମ ମୁରଵୀ ତଥା କମ୍ୟୁନିଷ୍ଟ ପାର୍ଟିର ଜଣେ କର୍ମକର୍ତ୍ତା ଥିଲେ । ବର୍ତ୍ତମାନ ପରିସ୍ଥିତିରେ କରୋନାର ଭୟାବହତା ଦୃଷ୍ଟିରୁ ତାଙ୍କ ସାହିର ଲୋକମାନେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଅମଙ୍ଗ ହୋଇଥିଲେ । ଏପରିକି କିଛି ବ୍ୟକ୍ତି କୁଣ୍ଠାବୋଧ ମଧ୍ୟ କରିଥିଲେ ।

ତେବେ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ସ୍ଵାଇଁ ଏଵଂ ଆଉ କିଛି ହୃଦୟବାନ ବ୍ୟକ୍ତି ଯଥା କ୍ଷତ୍ରୀୟ ସାହିର ମନୋରଞ୍ଜନ ଜେନା, ଶିବାଜୀ ଜେନା ପ୍ରମୁଖ ମିଶି ଜେସିବି ମେସିନ୍ ଜରିଆରେ ଗାତ ଖୋଳି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ମୂଷେଇଙ୍କର ପୁତ୍ର ଵିମ୍ବାଧର ମଧ୍ୟ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଅନ୍ତିମ ସତ୍କାର କରାଯାଇଥିଲା । ଏହି ମହତ କାର୍ଯ୍ୟ ପାଇଁ ଅନ୍ତିମ ସଂସ୍କାର କରିଥିବା ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.