ଏଯାଏଁ ମିଳିନି ଟିକେଟ୍, ନୋମିନେସନ ପାଇଁ ଡେଟ୍ ଫାଇନାଲ୍ କଲେଣି ଆଶାୟୀ ସନ୍ତୋଷ ଖଟୁଆ

Published By : Prameya-News7 Bureau | May 02, 2024 IST

ନୀଳଗିରି ୨।୫: ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ହୋଇପାରୁ ନାହିଁ । ଏହି ସମୟରେ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡ଼ି ଦଳରୁ ଆଶାୟୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ନେତୃତ୍ଵରେ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡ଼ି ଦଳ ପକ୍ଷରୁ ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା କରାଯାଇନଥିବା ବେଳେ ବିଜେଡ଼ି ବିଧାୟକ ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ ଆସନ୍ତା ୧୦ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବା ନେଇ ସ୍ପଷ୍ଟ ଭାବେ କହିଛନ୍ତି । 

ତେବେ ଗୁରୁବାର ଏହି ବିଶାଳ କର୍ମୀ ସମାବେଶରେ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଦଳୀୟ ପଦାଧିକାରୀ, ବରିଷ୍ଠ କର୍ମକର୍ତ୍ତା, ପଞ୍ଚାୟତ ତଥା ଏନଏସି ୱାର୍ଡ ସଭାପତି, ସମ୍ପାଦକ, ପର୍ଯ୍ୟବେକ୍ଷକ ସମେତ ସମସ୍ତ ୨୧୯ ବୁଥ୍‌ର ସଭାପତି, ସମ୍ପାଦକ ତଥା କୋଷାଧ୍ୟକ୍ଷ ମାନେ ଉପସ୍ଥିତ ରହି ଆଗାମୀ ଦିନରେ ସନ୍ତୋଷ ଖଟୁଆଙ୍କୁ ନୀଳଗିରିର ବିଧାୟକ କରାଇବା ନେଇ ରଣନୀତି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । ଏପରିକି ବୁଥ୍ ସ୍ତରୀୟ ଅଫିସ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

You Can Read :

କାଳବୈଶାଖୀ ସତ୍ତ୍ବେ ତାତିରେ ଲାଗୁନି ବ୍ରେକ୍, ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଛି ପାରଦ

  • odisha
  • OdishaNews
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.