ହାଥରସ ଯାତ୍ରା ବେଳେ ପୋଲିସ୍ ଧରିଲା ପ୍ରିୟଙ୍କାଙ୍କ କୁର୍ତା, ସଞ୍ଜୟ ରାଓ୍ବତ କହିଲେ-କ’ଣ ଯୋଗୀ ସରକାରରେ ମହିଳା ପୋଲିସ ନାହାନ୍ତି?

Published By : Prameya-News7 Bureau | October 04, 2020 IST

ମୁମ୍ବାଇ ୦୪/୧୦: ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ବତ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି। ଏହା ସହ ୟୁପି ପୋଲିସ ଉପରେ ଖୁବ୍ ବର୍ଷିଛନ୍ତି। ହାଥରସ ଗ୍ରସ୍ତ ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ  କୁର୍ତାକୁ ଧରିଥିଲା ପୁରୁଷ ପୋଲିସ୍ । ଯାହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଫଟୋକୁ ସେୟାର କରି ସଞ୍ଜୟ ଟ୍ବିଟ୍ କରି ଲେଖିଛନ୍ତି ‘କ’ଣ ଯୋଗୀ ସରକାରରେ ମହିଳା ପୋଲିସ ନାହାନ୍ତି’?

wp:core-embed/twitter {"url":"https://twitter.com/rautsanjay61/status/1312424331146715137","type":"rich","providerNameSlug":"twitter","className":""}
https://twitter.com/rautsanjay61/status/1312424331146715137
/wp:core-embed/twitter

ଶନିବାର ସଞ୍ଜୟ କହିଲେ ପ୍ରିୟଙ୍କା ଓ ରାହୁଲଙ୍କ ସହ ଉତ୍ତର ପ୍ରଦେଶ ପୋଲିସ୍ ଯାହା କରୁଛି ତାହା ଗଣତନ୍ତ୍ର ସହ ଗଣଦୁଷ୍କର୍ମ କଲା ଭଳି କାମ। ରାଓ୍ବତ କହିଥିଲେ ରାହୁଲ ଗାନ୍ଧି ଜଣେ ପ୍ରମୁଖ ଦଳର ରାଜନେତା। ଏମିତିରେ ତାଙ୍କ ସହ ପୋଲିସ ଦୁର୍ବବ୍ୟହାର କରିଛି। ୟୁପି ପୋଲିସକୁ କେହି ସମର୍ଥନ କରନ୍ତି ନାହିଁ। ଏହା ପୂର୍ବରୁ ରାହୁଲଙ୍କ ହାଥରସ ଗ୍ରସ୍ତ ବେଳେ ପୋଲିସ ଦୁର୍ବବ୍ୟହାରରେ ମୁହଁ ଖୋଲି ଥିଲେ ରାଓ୍ବତ।

ଉଲ୍ଲେଖନୀୟ ଯେ ଗତକାଲି ପ୍ରିୟଙ୍କା ଓ ରାହୁଲ ପୀଡ଼ିତାଙ୍କ ପରିବାରଙ୍କ ସହ ଆଲୋଚନା କରିବା ପାଇଁ ପୁଣି ଥରେ ହାଥରସ ଯାଇଥିଲେ। ପରିବାକୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.