ଏବେ ଫୁଲ୍ ଟାଇମ୍ ପାକିସ୍ତାନୀ ବୋହୂ ସାନିଆ ମିର୍ଜା, ଟେନିସକୁ ବାଏ କରିବା ପରେ ସୋଏବଙ୍କ ଘରକୁ ଯିବେ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦/୦୧:   ଟେନିସକୁ ଅଲବିଦା କହିଛନ୍ତି ସାନିଆ ମିର୍ଜା। ଭାରତ ପାଇଁ ସେ ଆଉ ଖେଳିବେନି ଟେନିସ୍ । ଭାରତୀୟ ଝିଅ ତଥା ପାକିସ୍ତାନର ବୋହୂ ସାନିଆ ଖେଳ ଛାଡିବା ପରେ କଣ କରିବେ ତାକୁ ନେଇ ଏବେ ବଢିଛି ଚର୍ଚ୍ଚା । ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଆଗାମୀ ଯୋଜନା କଣ ହେବ ତାକୁ ଅପେକ୍ଷା କରିଛନ୍ତି ।

ସାନିଆଙ୍କ ଜନ୍ମ ମୁମ୍ବାଇରେ । ଟେନିସ ଖେଳରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେବେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ ପରେ ତାଙ୍କୁ ନେଇ ଚର୍ଚ୍ଚା ଆହୁରି ବଢିଥିଲା । ଅନେକ ସମାଲୋଚନା ବି କରିଥିଲେ । ଏହା ସତ୍ତ୍ୱେ ସମାଲୋଚକଙ୍କୁ ଖାତିର କରିନଥିଲେ ସେ । ଅନେକ ପ୍ରଶଂସକ ବିବାହ ପରେ ଭାରତ ପାଇଁ ନା ପାକିସ୍ତାନ ପାଇଁ ଖେଳିବ ବୋଲି ପ୍ରଶ୍ନ କରିଥିଲେ । ସାନିଆ ହୃଦୟରୁ ଭାରତୀୟ ଓ ଭାରତ ପାଇଁ ସର୍ବଦା ଖେଳିବେ ବୋଲି କହି ସମାଲୋଚକଙ୍କୁ ଜବାବ ଦେଇଥିଲେ । ଏପରିକି ବିବାହ ପରେ ପାକିସ୍ତାନରେ ନ ରହି ଦୁବାଇରେ ସୋଏବଙ୍କ ସହ ରହୁଥିଲେ ।  

ଟେନିସ ଛାଡିବା ପରେ କଣ ଦୁବାଇରେ ରହିବେ ସାନିଆ ? ନା ନିଜ ଶାଶୂଘର ପାକିସ୍ତାନର ସିଆଲକୋଟକୁ ଫେରିବେ ? ସେପଟେ ସୋଏବ ବି କ୍ରିକେଟ ଖେଳିବା ଜାରି ରଖିଛନ୍ତି । ତାକୁ ନେଇ ଆରମ୍ଭ ହୋଇଛି ବିଚାର ବିମର୍ଶ । ନିଜକୁ ଭାରତୀୟ କହୁଥିବା ସାନିଆ ଶାଶୂଘରକୁ ଫେରିବେ ବୋଲି କେହି କେହି କହୁଛନ୍ତି । ଉଭୟ ପାକିସ୍ତାନରେ ରହିବା ପାଇଁ ଚିନ୍ତା କରୁଥାଇ ପାରନ୍ତି ।

ପାକିସ୍ତାନରେ ରହିବାକୁ ହେଲେ ସେ ଅଧିକ ଦିନ ଭାରତୀୟ ହୋଇ ରହିପାରିବେ ନାହିଁ । ତାଙ୍କୁ ପାକିସ୍ତାନର ନାଗରିକତ୍ୱ ଗ୍ରହଣ କରିବାକୁ ପଡିବ । ଭାରତରେ ବାପଘର ଥିଲେ ବି ଦେଶ ସହ ସମ୍ପର୍କ ତୁଟାଇବାକୁ ପଡିବ । ଭାରତୀୟ ନୁହେଁ ବରଂ ତାଙ୍କୁ ପାକିସ୍ତାନୀ ଭାବେ ଗର୍ବ କରିବାକୁ ପଡିବ । ଯାହା ତାଙ୍କୁ ସମର୍ଥନ ଦେଇ ଆସୁଥିବା ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ନିରାଶ କରିବ ।

ସୋଏବଙ୍କ ପୂର୍ବରୁ ଇରଫାନ ପଠାନଙ୍କ ସହ ସାନିଆଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଇରଫାନ କ୍ରିକେଟ ଦୁନିଆରେ ପାଦ ଦେବା ପରେ ସାନିଆଙ୍କ ପ୍ରେମରେ ପଡିଥିଲେ । ଉଭୟ ପରସ୍ପରକୁ କୁଆଡେ ଡେଟ୍ ମଧ୍ୟ କରୁଥିଲେ । କିନ୍ତୁ ପରେ ସମ୍ପର୍କରେ ଫାଟ ହୋଇଥିବା ଆଲୋଚନା ହୋଇଥିଲା ।

ବୁଧବାର ଟେନିସରୁ ଅଲବିଦା ଘୋଷଣା କରିଥିଲେ ସାନିଆ । ଅଷ୍ଟ୍ରେଲିଆ ଓପନ୍ସ ଡବଲ୍ସରେ ହାରିବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ । ଏପରିକି ୨୦୨୨ ତାଙ୍କର ଶେଷ ସିଜନ୍ ବୋଲି ସେ କହିଥିଲେ ।୩୫ ବର୍ଷୀୟା ସାନିଆ ପୁତ୍ର ସନ୍ତାନର ମାଆ ହେଲା ପରେ କିଛି ଦିନ ପାଇଁ ବ୍ରେକ୍ ନେଇଥିଲେ । କିନ୍ତୁ ୨୦୧୯ ମାର୍ଚ୍ଚରେ ସେ ପୁଣି ଟର୍ଫକୁ ଫେରିଥିଲେ ।

ସୂଚନାଯୋଗ୍ୟ, ସାନିଆ ପ୍ରଥମ ଭାରତୀୟ ଭାବେ ମହିଳା ଡବଲ୍ସରେ ଏକ ନମ୍ବର ଖେଳାଳି ହୋଇପାରିଥିଲେ । ଏହାସହ ୬ଟି ଗ୍ରାଣ୍ଡସ୍ଲାମ୍ ଜିତିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । କ୍ୟାରିଅରରେ ସେ ୪୩ଟି ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି । ସିଙ୍ଗଲ୍ସରେ ତାଙ୍କର ମାନ୍ୟତା ଥିଲା ୨୭ । ସିଙ୍ଗଲ୍ସରେ ସେ ୨୭୧ ମ୍ୟାଚ୍ ଖେଳି ୧୬୧ରେ ବିଜୟୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.