ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ନାମାଙ୍କନ ଭରିବା ପରଦିନଠୁ ଅଛନ୍ତି ନିଖୋଜ

Published By : Prameya-News7 Bureau | January 21, 2022 IST

ସୁନ୍ଦରଗଡ ୨୧।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗାଁ ରାଜନୀତି ସରଗରମ । ନାମାଙ୍କନ ପତ୍ର ଦାଖଲ ପରେ ପ୍ରାର୍ଥୀମାନେ ଆରମ୍ଭ କରିଦେଲେଣି ପ୍ରଚାର । ଏହାରି ଭିତରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ମାମଲା ଦାୟର ହୋଇଛି । ସୁନ୍ଦରଗଡ ସର୍ଗିପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ କୁନୁ ମାଝୀଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ୧୭ତାରିଖରେ କୁନୁ ନିଜ ନାମାଙ୍କନ ପତ୍ର ଲେଫ୍ରିପଡା ବ୍ଲକରେ ଦାଖଲ କରିବା ପରେ ୧୮ତାରିଖରୁ ଘରୁ ବାହାରି ଆଉ ଘରକୁ ଫେରିନାହାନ୍ତି । ବର୍ତ୍ତମାନ କୁନୁଙ୍କ ମୋବାଇଲ ବନ୍ଦ ଥିବାରୁ ତାକୁ ନେଇ ପରିବାର ଚିନ୍ତାରେ । ପରିବାର ଲୋକଙ୍କ ଅନୁସାରେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ନେଇ ଯାଇଥିବା ନେଇ ସନ୍ଦେହ କରିବା ସହ ସର୍ଗିପାଲୀ ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଶୀଘ୍ର କୁନୁଙ୍କୁ ଠାବ କରି ଘରକୁ ଫେରାଇ ଆଣିବାକୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି କୁନୁଙ୍କ ସ୍ତ୍ରୀ ଓ ଝିଅ । ସର୍ଗିପାଲି ଫାଣ୍ଡିରେ ଏ ନେଇ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.