ସଇତାନ୍ ସାର୍ : Mudda on 19th Dec 2018

Published By : Prameya-News7 Bureau | December 19, 2018 IST

wp:core-embed/youtube {"url":"https://youtu.be/B6fMGVSOxzE","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/B6fMGVSOxzE
/wp:core-embed/youtube

ଆଜିର ମୁଦ୍ଦା- ସଇତାନ୍ ସାର୍    

କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ବ୍ଲକ ସିରିମସ୍କା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର । କିନ୍ତୁ ତାଙ୍କୁ ନିଲମ୍ବନ କରାଯାଇଛି । ଘଟଣା ସମ୍ପର୍କରେ ପୀଡିତା ଜିଲ୍ଲାପାଳଙ୍କ ନିକଟରେ ମୁହଁ ଖୋଲିବା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । ଥୁଆମୁଳ-ରାମପୁର ଥାନାରେ ଏତଲା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଦିନକୁ ଦିନ ଏଭଳି ଘଟଣା ବଢିବାରେ ଲାଗିଛି ।  ଗୁରୁ ଶିଷ୍ଯର ପବିତ୍ର ସମ୍ପର୍କ ବିଗିଡିବାରେ ଲାଗିଛି । କୋଉଠୁ ଅସଦାଚରଣର ଅଭିଯୋଗର ତ କୋଉଠୁ ଏଭଳି ଦୁଷ୍କର୍ମର ଖବର । କାହିଁକି ସବୁକୁ ଭୁଲି ଏଭଳି ସଇତାନ ପାଲଟି ଯାଉଛନ୍ତି ସାର୍ ।

ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଆଗରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ପ୍ରଧାନଶଇକ୍ଷକ ବାଳକୃଷ୍ଣ ମହାପାତ୍ର ୨୦୦୦ ମସିହାରୁ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ବରେଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଛନ୍ତି । କେବଳ ଏତିକି ନୁହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଫେରାର ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଡାଉ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.