ପରଲୋକରେ ବଲିଉଡ ଫିଲ୍ମ ନିର୍ମାତା ସାଗର ସରହଦି,୮୭ ବୟସରେ ଦୁନିଆକୁ ଦେଲେ ବିଦାୟ

Published By : Prameya-News7 Bureau | March 22, 2021 IST

ନୂଆଦିଲ୍ଲୀ ୨୨/୦୩: ୨୦୨୦ ବର୍ଷ ବଲିଉଡ ଦୁନିଆକୁ ଅନେକ ଦୁଖ ଆଣିଦେଇଥିଲା । ଗତ ବର୍ଷ, ଇଣ୍ଡଷ୍ଟ୍ରି ଅନେକ ଦିଗଜ କଳାକାରଙ୍କୁ ହରାଇଥିଲା । ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।  ଜଣାଶୁଣା ଲେଖକ ତଥା ନିର୍ଦ୍ଦେଶକ ସାଗର ସରହଦି ଆଉ ଏହି ଦୁନିଆରେ ନାହାଁନ୍ତି । ୮୭ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ତାଙ୍କର ହୃଦଘାତ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ତାଙ୍କର  ଶେଷ ମୁହୂର୍ତ୍ତରେ ସେ ଖାଇବା ପିଇବା ମଧ୍ୟ ବନ୍ଦ କରିଦେଇଥିଲେ ।

{"width":643,"height":362}
Bazaar director Sagar Sarhadi dies, Hansal Mehta mourns filmmaker's death |  Hindustan Times

ସାଗର ସରହଦିଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଏହି ଖବର ପାଇଁ ଅନେକ ଷ୍ଟାରମାନେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତଙ୍କ ସହ ଅନେକ ଷ୍ଟାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ତାଙ୍କ ସ୍ମୃତିରେ ଟ୍ୱିଟ୍ ମଧ୍ୟ କରୁଛନ୍ତି । ସାଗର ସରହଦି ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସେ 'କଭି କଭି', 'ଚାନ୍ଦନୀ' ଏବଂ 'ସିଲସିଲା' ଭଳି ସୁପରହିଟ୍ ଫିଲ୍ମ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.