ପୁଣି IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ଏତେ ଟଙ୍କା: ଜାଣନ୍ତୁ କେଉଁ ଖେଳାଳିଙ୍କ ସର୍ବନିମ୍ନ ମୂଲ୍ୟ କେତେ...

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨/୦୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ (IPL) ୨୦୨୨ର ମେଗା ଅକ୍ସନ୍‌ ଖୁବଶୀଘ୍ର ହେବାକୁ ଯାଉଛି । ନିଲାମୀରେ ସାମିଲ ହେବାପାଇଁ ଖେଳାଳିମାନେ ନିଜ ନାଁ ଦେଇସାରିଛନ୍ତି । ପ୍ରାୟ ୪୯ ଜଣ କ୍ରିକେଟର ନିଜର ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖିଥିବା ବେଳେ ଅନେକ ଖେଳାଳି ନିଜ ଦାମ୍ ୧.୫ କୋଟି ଟଙ୍କା ରଖିଛନ୍ତି ।

ଆସନ୍ତା ଆଇପିଏଲ ପାଇଁ ପ୍ରାୟ ୧୨ ଶହ କ୍ରିକେଟର ନିଲାମୀ ପ୍ରକ୍ରିୟାରେ ସାମିଲ ହେବାକୁ ନାଁ ଦେଇଛନ୍ତି । ଯେଉଁଥିରେ ଦେଶୀ, ବିଦେଶୀ, କ୍ୟାପ୍‌ଡ ଏବଂ ଅନ୍‌-କ୍ୟାପଡ୍‌ ଖେଳାଳି ରହିଛନ୍ତି । ତେବେ ନିଲାମୀ ପ୍ରକ୍ରିୟାରେ ୧୨ ଶହରୁ ପ୍ରାୟ ୨୫୦ ଖେଳାଳି ହିଁ ସାମିଲ ହୋଇପାରିବେ । ଆଇପିଏଲ୍‌ ଟିମ୍ ଗୁଡିକ ସହିତ ବିସିସିଆଇ ବୈଠକ ମଧ୍ୟ କରିବ । ଯେଉଁଥିରେ ନିଲାମ ପାଇଁ ଖେଳାଳି ତାଲିକା ଏବଂ ଅକ୍ସନ୍‌ର ତାରିଖ ବାବଦରେ ଆଲୋଚନା ହେବ ।

କ୍ରିକ୍‌ଇନଫୋର ରିପୋର୍ଟ ଅନୁଯାୟୀ, ଅମିତ ମିଶ୍ରା ଏବଂ ଇଶାନ୍ତ ଶର୍ମାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସର୍ବ ନିମ୍ନ ମୂଲ୍ୟ ଦେଢ କୋଟି ଟଙ୍କା ରହିବ । ସେହିଭଳି ପିୟୁସ ଚାଓ୍ବଲା, କେଦାର ଯାଦବ ଏବଂ ଟି. ନଟରାଜନ୍‌ଙ୍କ ବେସ୍‌ ପ୍ରାଇସ୍‌ ଏକ କୋଟି ଟଙ୍କା ରହିପାରେ । ଏହା ବାଦ୍ ଆଉ କିଛି ଖେଳାଳି ମଧ୍ୟ ଅକ୍ସନ୍‌ରେ ସାମିଲ ହେବେ ।

ତେବେ ସବୁଠାରୁ ବଡ ଏବଂ ଚର୍ଚ୍ଚିତ କଥା ହେଉଛି ଏସ୍‌ ଶ୍ରୀସନ୍ତ ଚଳିତ IPLର ନିଲାମୀ ପ୍ରକ୍ରିୟାରେ ସାମିଲ ହେବାକୁ ଯାଉଛନ୍ତି । ତାଙ୍କର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ରହିଛି । ଦୀର୍ଘ ଦିନ ପରେ ଶ୍ରୀସନ୍ତ କ୍ରିକେଟର କୌଣସି ବଡ ପ୍ଲାଟଫର୍ମରେ ଖେଳିବାକୁ ସୁଯୋଗ ପାଇପାରନ୍ତି ।

ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ଥିବା ଖେଳାଳିମାନଙ୍କ ମଧ୍ୟରେ ଆଉ କିଛି ନାଁ ହେଉଛି-ପ୍ରସିଦ୍ଧ କ୍ରିଷ୍ଣା, ମନୀଷ ପାଣ୍ଡେ, ଅଜିଙ୍କ୍ୟ ରାହାଣେ, ନୀତିଶ ରାଣା, ରିଦ୍ଧିମାନ ଶାହା, କୁଲଦୀପ ଯାଦବ, ଜୟନ୍ତ ଯାଦବ, ମହମ୍ମଦ ସାମୀ, ଜେମସ୍‌ ପ୍ଲକଚର୍‌, ମାର୍ନସ୍‌ ଲାବୁସେନ୍‌, ଜୋସ୍‌ ଫିଲିପ୍ସ, ଏଣ୍ଡ୍ରୁ ଟାଇ, ଡେନ୍‌ ଲୋରିନ୍ସ, ଲିୟାମ ଲିଭିଙ୍ଗଷ୍ଟୋନ୍‌, ଓଲି ପୋପ୍‌, ଡି. ଗ୍ରାଣ୍ଡହୋମ୍‌, ଏଡେନ୍‌ ମାର୍କରମ୍‌, ତବରିଜ ସାମସୀ, ଓ୍ବାନିନ୍ଦୁ ହାସାରଙ୍ଗା ।

ଅକ୍ସନ୍ ପାଇଁ ମୂଳ ମୂଲ୍ୟ ଦେଢ କୋଟି ଟଙ୍କା ଥିବା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି, ଓ୍ବାଶିଂଟନ୍ ସୁନ୍ଦର, ଏରୋନ୍‌ ଫିଞ୍ଚ, କ୍ରିସ୍‌ ଲିନ୍‌, କେନ୍‌ ରିଚାର୍ଡସନ୍‌, ଜୋନୀ ବୟାରିଷ୍ଟୋ, ଆଲେକ୍ସ ହେଲସ୍‌, ଇୟନ ମୋର୍ଗାନ୍‌, ଆଡାମ୍‌ ମିଲାନ, କୋଲିନ୍‌ ମୁନ୍‌ରୋ, ଜିମି ନିସାମ, ଗ୍ଲେନ୍‌ ଫିଲିପ୍ସ, ଟିମ୍ ସାଉଦୀ, କୋଲିନ୍‌ ଇନଗ୍ରାମ୍, ସିମରନ୍‌ ହେଟମାୟର, ଜେସନ୍ ରୟ, ନିଲୋଲାସ୍‌ ପୁରନ୍‌

ସେହିଭଳି ନିଲାମୀରେ ବେସ୍‌ ପ୍ରାଇସ୍ ୨କୋଟି ଟଙ୍କା ଥିବା କ୍ରିକେଟରଙ୍କ ମଧ୍ୟରେ ରହିଛନ୍ତି- ରବିଚନ୍ଦ୍ରନ ଅଶ୍ବିନ, ଯୁଜବେନ୍ଦ୍ର ଚହଲ, ଦୀପକ ଚହର, ଶିଖର ଧାଓ୍ବନ, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଇଶାନ୍‌ କିଶାନ, ଭୁବନେଶ୍ବର କୁମାର, ଦେବଦତ୍ତ ପାଡିକଲ, କ୍ରୁନାଲ ପାଣ୍ଡ୍ୟା, ହର୍ଷଲ ପଟେଲ, ସୁରେଶ ରୈନା, ଅମ୍ବାତୀ ରାୟୁଡୁ, ମହମ୍ମଦ ସାମୀ, ଶାର୍ଦ୍ଦୁଲ ଠାକୁର, ରବିନ ଉଥପ୍ପା, ଉମେଶ ଯାଦବ, ମୁଜୀବ ଜାଦରାନ୍‌, ଏଷ୍ଟନ୍‌ ଆଗର, ନାଥନ୍‌ କୁଲ୍ଟର ନାଇଲ୍‌, ପ୍ୟାଟ୍‌ କମିନ୍ସ, ଜୋଶ ହେଜେଲଉଡ୍, ମିଚେଲ ମାର୍ସ, ଷ୍ଟିଭ୍‌ ସ୍ମିଥ୍, ମାଥ୍ୟୁ ଓ୍ବେଡ୍‌, ଡେଭିଡ ଓ୍ବାର୍ଣ୍ଣର, ଆଡାମ ଜାମ୍ପା, ଶାକିବ ଉଲ ହାସନ, ମୁସ୍ତଫିଜୁର ରେହମାନ, ସାମ୍‌ ବିଲିଙ୍ଗସ୍, ସାକିବ ମେହମୁଦ, କ୍ରିସ୍‌ ଜୋର୍ଡନ୍, କ୍ରେଗ୍‌ ଓଭରଟନ୍‌, ଆଦିଲ ରସିଦ, ଜେସନ୍‌ ରୟ, ଲୋକି ଫର୍ଗ୍ୟୁସନ୍, କ୍ବିଣ୍ଟନ୍‌ ଡି କକ୍, ଫାଫ୍‌ ଡୁ ପ୍ଲେସିସ୍, କାଗିସୋ ରାବାଡା, ଇମରାନ୍‌ ତାହିର, ଇଭିନ୍‌ ଲୁଇସ୍  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.