ଦିଲ୍ଲୀରେ ରୁଷ ରାଷ୍ଟ୍ରପତି, ହାଇଦ୍ରାବାଦ ହଲରେ ମୋଦୀ-ପୁଟିନ ଆଲୋଚନା

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬/୧୨ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦିଲ୍ଲୀ ପହଞ୍ଚି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଖୋଦ୍ ପୁଟିନଙ୍କୁ ସ୍ଵାଗତ କରିଛନ୍ତି। ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁଟିନ ହାଇଦ୍ରାବାଦ ହଲରେ ଭେଟିଛନ୍ତି । ଉଭୟ ଦେଶର ରାଷ୍ଟ୍ରାଧ୍ୟକ୍ଷ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏଥିରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା ଚାଲିଛି।

wp:html /wp:html

ଏତତ୍ ବ୍ୟତୀତ ମୋଦୀ ଓ ପୁଟିନ ଆଫଗାନିସ୍ତାନର ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବେ । ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦିଗରେ ଉଭୟ ନେତା କଥା ହେବେ ବୋଲି ସୂଚନା ମିଳିଛି।

ଋଷ ରାଷ୍ଟ୍ରପତି ଦିଲ୍ଲୀରେ ପହଞ୍ଚିଥିବା ପୂର୍ବରୁ ରବିବାର ସନ୍ଧ୍ୟାରେ ହିଁ ଋଷର ବିଦେଶ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାରତରେ ପହଞ୍ଚି ସାରିଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ପ୍ରତି ବର୍ଷ ଶିଖର ସମ୍ମିଳନୀ ହୋଇଥାଏ । କିନ୍ତୁ କରୋନା ମହାମାରୀ କାରଣରୁ ୨୦୨୦ରେ ଏହା ସମ୍ଭବପର ହୋଇପାରିନଥିଲା । ଚୀନ ସହିତ ସୀମା ବିବାଦ ସାଙ୍ଗକୁ ଆଫଗାନିସ୍ତାନରେ ତାଲିବାନ ସରକାର ଏବଂ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୋଦୀ ଏବଂ ପୁଟିନ ।

wp:html /wp:html

ଭାରତ ଏବଂ ଚୀନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମୀଳନୀରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି ସୀମା ବିବାଦ ଏବଂ ଆତଙ୍କବାଦ । ସୀମା ପାର୍‌ ଆତଙ୍କବାଦ ଏବଂ ଆଫାଗାନିସ୍ତାନ ସଙ୍କଟ କାରଣରୁ ସୁରକ୍ଷା ବ୍ୟବସ୍ଥା ଉପରେ ବଢୁଥିବା ସଙ୍କଟ ବାବଦରେ ଆଲୋଚନା ହେବ । ଭାରତ ଏବଂ ଋଷ ମଧ୍ୟରେ ହେବାକୁ ଥିବା ଟୁ ପ୍ଳସ୍‌ ଟୁ ଶିଖର ସମ୍ମିଳନୀକୁ ବେଶ ଗୁରୁତ୍ୱ ବହନ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.