ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ଋଷୀୟ ଗ୍ରାଣ୍ଡ ମାଷ୍ଟର ଗ୍ୟାରୀ କାସ୍ପୋରୋଭ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | May 04, 2024 IST

 

ନୂଆଦିଲ୍ଲୀ ୪।୫: ଚେସ୍ ବିଶ୍ୱ ଚାମ୍ପିୟନ ଗ୍ୟାରୀ କାସ୍ପରୋଭ ରାୟବରେଲୀ ଏବଂ ୱାୟନାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଜାତୀୟ ସଭାପତି ରହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। ଋଷୀୟ ଗ୍ରାଣ୍ଡ ମାଷ୍ଟର କହିଛନ୍ତି ଯେ ‘ଚେସ୍ ଚାମ୍ପିୟନ ହେବା ପୂର୍ବରୁ ଆପଣଙ୍କୁ ରାୟବରେଲୀ ଆସନରୁ ଜିତିବାକୁ ପଡିବ’। ଶୁକ୍ରବାର ରାତିରେ କାସ୍ପୋରୋଭଙ୍କ ପୋଷ୍ଟ ଏକ ଟ୍ୱିଟ୍‌ ଜବାବରେ ଆସିଛି। ଯେଉଁଥିରେ ୟୁଜର ଲେଖିଥିଲେ ଯେ ‘ଏହା ଆଶ୍ୱସ୍ତିର କଥା ଋଷୀୟ ଗ୍ରାଣ୍ଡମାଷ୍ଟର କାସ୍ପରୋଭ ଓ ଚେସ୍‌ ବିଶ୍ୱ ଚାମ୍ପିୟନ ବିଶ୍ୱନାଥ ଆନନ୍ଦ ଖୁବ୍ ଶୀଘ୍ର ରିଟାୟାର ନେଇଛନ୍ତି ଓ ସେମାନଙ୍କୁ ଆମ ସମୟର ସବୁଠୁ ବଡ଼ ଚେସ୍ ପ୍ରତିଭାଙ୍କୁ ସାମ୍ନା କରିବାକୁ ପଡି ନାହିଁ’। ଏହି ପୋଷ୍ଟରେ ରାହୁଲଙ୍କୁ ଚେସ୍ ଖେଳୁଥିବାର ଏକ ଫଟୋ ମଧ୍ୟ ସେୟାର ହୋଇଥିଲା। 

କାସ୍ପରୋଭ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଉଲ୍ଲେଖ କରିଛନ୍ତି ଯେ ଶୀର୍ଷ ସ୍ତରରେ ଚ୍ୟାଲେଞ୍ଜ କରିବା ପୂର୍ବରୁ ଆପଣଙ୍କୁ ରାୟବରେଲୀରୁ ବିଜୟ ହାସଲ କରିବାକୁ ପଡିବ। ୨୦୦୫ରେ ଚେସ୍‌ରୁ ସନ୍ୟାସ ଘୋଷଣା କରିଥିବା ଏହି ପୂର୍ବତନ ବିଶ୍ୱ ଚାମ୍ପିୟନ ଅଭିନେତା ରଣବୀର ସୋରେ ଙ୍କ ଜବାବରେ ଲେଖିଛନ୍ତି ଯେ ‘ମୁଁ ଆଶା କରୁଛି ମୋର ଏହି ଛୋଟ କୌତୁକ ଭାରତୀୟ ରାଜନୀତିରେ କାହା ସପକ୍ଷରେ ଅଥବା ବିଶେଷଜ୍ଞତା ଭାବେ ଦେଖାଯିବ ନାହିଁ। ଜଣେ ନେତା ମୋ ପ୍ରିୟ ଖେଳକୁ ନେଇ ଟିପ୍ପଣୀ କରୁଛନ୍ତି ଓ ତାହା ମୁଁ ଦେଖୁଛି’ ବୋଲି ସେ ଉଲ୍ଲେଖ କରିଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ରାୟବରେଲୀରେ ରାହୁଲ ଗାନ୍ଧିଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଗାନ୍ଧି ପରିବାରଙ୍କ ଗଡରୁ ରାହୁଲ ପ୍ରାର୍ଥୀ ହେବା ବିଜେପିକୁ ଭ୍ରମିତ କରିଦେଇଛି। ସେ ଏକ ଦୀର୍ଘ ଟ୍ୱିଟ୍‌ରେ କହିଛନ୍ତି ଯେ ‘ରାହୁଲ ଗାନ୍ଧି ରାୟବରେଲୀରୁ ନିର୍ବାଚନ ଲଢିବାକୁ ନେଇ ଅନେକ ଲୋକଙ୍କ ମତ ଅନେକ। ମନେ ରଖନ୍ତୁ ସେ ରାଜନୀତି ଓ ଚେସ୍‌ରେ ଜଣେ ଅନୁଭବୀ ଖେଳାଳି’। ସେ ଲେଖିଛନ୍ତି ଯେ ପାର୍ଟି ନେତୃତ୍ୱ ଅନେକ ଚର୍ଚ୍ଚା ପରେ ଓ ଏକ ବଡ଼ ରଣନୀତିରେ ନିଜର ନିଷ୍ପତ୍ତି ନିଅନ୍ତି। ଏହି ଏକ ନିଷ୍ପତ୍ତି ବିଜେପି, ଏହାର ସମର୍ଥକ ଓ ଚାଟୁକାରଙ୍କୁ ଭ୍ରମିତ କରିଦେଇଛି। 


ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ଦୁଇ ଦିନ ପୂର୍ବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଚେସ୍ ଖେଳକୁ ରାଜନୀତି ସହ ତୁଳନା କରିଥିଲେ। ଭିଡିଓରେ ରାହୁଲ କହିଛନ୍ତି ଯେ ସେ ପ୍ରଥମ ଥର ଚେସ୍ ସେବେ ଖେଳିଥିଲେ ଓ ତାଙ୍କୁ ହରାଇଥିଲେ ଯିଏ ତାଙ୍କୁ ଖେଳର ନିୟମ ଶିଖାଇଥିଲେ। ରାହୁଲ ଗାନ୍ଧି ଏହା ମଧ୍ୟ କହିଥିଲେ ଯେ ତାଙ୍କ ପସନ୍ଦର ଖେଳାଳିଙ୍କ ମଧ୍ୟରେ ଗ୍ୟାରୀ କାସ୍ପରୋଭ ମଧ୍ୟ ଥିଲେ, ଯିଏ ତାଙ୍କ ବିରୋଧୀଙ୍କ ଉପରେ ବହୁତ ମନବୈଜ୍ଞାନିକ ଚାପ ପକାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.