ବାଥରୁମରେ ଲୁଚିଥିଲା ଅତ୍ୟନ୍ତ ବିଷାକ୍ତ ସାପ ରସେଲ୍ସ ଭାଇପର : ଜଙ୍ଗଲ ନେଲା ବାଟରେ ଜନ୍ମ କଲା ୩୫ ଛୁଆ

Published By : Prameya-News7 Bureau | June 27, 2020 IST

କୋଏମ୍ବାଟୁର ୨୭/୦୬ : ତାମିଲନାଡୁ କୋଏମ୍ବାଟୁର ଜିଲ୍ଲାର ଏକ ଗାଁରେ ରହୁଥିବା ମନୋହରନ କହିଛନ୍ତି ଯେ, ତାଙ୍କ ବାଥରୁମରେ ଗୋଟିଏ ସାପ ଲୁଚିଛି | ତେବେ ଏହା କୌଣସି ସାଧାରଣ ସାପ ନୁହେଁ | ଏହା ରସେଲ୍ସ ଭାଇପର ପ୍ରଜାତିର ବିଷାକ୍ତ ସାପ | ବିଷାକ୍ତ ସାପ ପ୍ରଜାତିରେ ରସେଲ୍ସ ଭାଇପରର ନାଁ ଆସେ | ବାଥରୁମରେ ସାପ ଥିବା ଖବର ଶୁଣି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଖବର ପରେ ମୁରଲୀ ନାମକ ଜଣେ ସାପୁଆକେଳାକୁ ଡକାଯାଇଥିଲା | ବହୁ ଉଦ୍ୟମ ପରେ ମୁରଲୀ ସାପକୁ ଧରିବାରେ ସକ୍ଷମ ହୋଇଥିଲେ |

{"id":292350,"sizeSlug":"large"}

ସାପୁଆକେଳା ସାପକୁ ଏକ ବସ୍ତାରେ ଭର୍ତ୍ତି କରି ତାକୁ ଜଙ୍ଗଲରେ ଛାଡିଦେବାକୁ ଚାଲିଗଲେ | କିନ୍ତୁ ରାସ୍ତାରେ କେଳା ଅନୁଭବ କଲେ ଯେ ମାଈ ସାପ ଛୁଆ ଜନ୍ମ କରୁଛି | ଏହାପରେ ସେ ବସ୍ତାକୁ ଏକ ଗଛ ତଳେ ରଖି ଦେଇଥିଲେ | ଦେଖୁ ଦେଖୁ ସାପ ୩୫ ଛୁଆ ଜନ୍ମ ଦେଇଥିଲା | ସାପର ଫଟୋ ନିୟୁଜ ଏଜେନ୍ସି ଏଏନଏଇ ନିଜ ଟ୍ୱିଟର ପେଜରେ ସେୟାର କରିଛି |

wp:core-embed/twitter {"url":"https://twitter.com/ANI/status/1276551031954960384","type":"rich","providerNameSlug":"twitter","className":""}
https://twitter.com/ANI/status/1276551031954960384
/wp:core-embed/twitter

ରସେଲ୍ସ ଭାଇପର ସମ୍ପର୍କରେ ଏକ ରୋଚକ ତଥ୍ୟ ଜାଣନ୍ତୁ | ସାପ ନିଜ ଶରୀରରେ ହିଁ ଅଣ୍ଡା ପାରିଥାଏ ଏବଂ ପରେ ଛୁଆ ଜନ୍ମ କରେ | କିନ୍ତୁ ଅନ୍ୟ ସାପ ଅଣ୍ଡା ବାହାରକୁ କାଢି ପାରିଥାନ୍ତି | ରସେଲ୍ସ ଭାଇପରର ଛୁଆ ଜନ୍ମରୁ ହିଁ ବିଷାକ୍ତ ହୋଇଥାନ୍ତି | ରସେଲ୍ସ ଭାଇପର ଏକ ଅତ୍ୟନ୍ତ ବିଷାକ୍ତ ସାପ ପ୍ରଜାତି ଅନ୍ତର୍ଭୁକ୍ତ | ଏହି ସାପଙ୍କୁ ଇରୋଡ଼ ଜିଲ୍ଲା ସତ୍ୟମଙ୍ଗଳମ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସାପୁଆକେଳା କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.