Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବର୍ଷକୁ ରୋଜଗାର ୨୫୦୦ କୋଟି ଟଙ୍କା, କିନ୍ତୁ ବିଦେଶ ଛାଡି ଗାଁରେ ରହୁଛନ୍ତି ଏହି ପ୍ରତିଷ୍ଠିତ IT କମ୍ପାନୀର ମାଲିକ : ଏବେ ପାଇବେ ପଦ୍ମଶ୍ରୀ

26/01/2021 at 8:26 PM

ଚେନ୍ନାଇ ୨୬/୦୧ : କୋଟି କୋଟି ଟଙ୍କାର ସମ୍ପତ୍ତି । ବାର୍ଷିକ କାରବାର ୨୫୦୦ କୋଟି ଟଙ୍କା । ବିଶ୍ବର ୫୯ତମ ଧନୀ ଭାରତୀୟ । ଚାହିଁଥିଲେ ଅୟସ୍‌ ଆରାମରେ ଜୀବନଜାପନ କରିଥାନ୍ତେ । କିନ୍ତୁ ସେ ସବୁକୁ ଛାଡି ସୁଦୂର ଆମେରିକାରୁ ଚାଲିଆସି ଜନ୍ମମାଟି ସେବାରେ ଲାଗିଗଲେ । ସେ ହେଉଛନ୍ତି ତାମିଲନାଡୁର ଉଦ୍ୟୋଗପତି ଶ୍ରୀଧର ଭେମ୍ବୁ । ସମାଜ ପ୍ରତି ନିଷ୍ଠାପର ସେବା ଏବଂ ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ସମ୍ମାନସୂଚକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିବା ପାଇଁ ଘୋଷଣା କରାଯାଇଛି ।

If We Don't Have Politics, We Will Have War: Sridhar Vembu | Forbes India

ଆମେରିକାର ସିଲିକନ୍‌ ଭ୍ୟାଲିରୁ ଚାଲିଆସି ନିଜର ପୈତୃକ ଗାଁ ତାମିଲନାଡୁର ମାଥାଲାମପରାଇରେ ଯୁବକମାନଙ୍କୁ ସଶକ୍ତୀକରଣ କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଥିଲେ । ଜୋହ କର୍ପୋରେସନର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁଙ୍କର ଚେନ୍ନାଇ ଏବଂ କାଲିଫର୍ଣ୍ଣିଆରେ ବିଶାଳ ଆଇଟି କମ୍ପାନୀ ରହିଛି ଯାହାର ବାର୍ଷିକ କାରବାର ପ୍ରାୟ ୧୦୦୦ କୋଟି ଟଙ୍କା ।

This tech billionaire moved from Silicon Valley to a village in Tamil Nadu.  Lessons in life & entrepreneurship from Sridhar Vembu | Business News

ତାମିଲନାଡୁର ମାଥାଲାମପରାଇରେ ଗୋଟିଏ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀଧର ଭେମ୍ବୁ ଆମେରିକାର ପ୍ରିନ୍ସଟନ୍‌ ୟୁନିଭରସିଟିରୁ ଏମଏସ ଏବଂ ପିଏଚଡି ହାସଲ କରିଥିଲେ । ସେ ପ୍ରଥମେ ସାନ୍‌ ଡିଏଗୋରେ ନିଜର ଆଇଟି କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ନିଜେ ବ୍ୟବସାୟ କରିବା ପାଇଁ ଯୋଜନା କରିବା ସହ ଭାରତକୁ ଫେରି ଗ୍ରାମୀଣ ସମୂଦାୟଙ୍କ ପାଇଁ କିଛି କରିବା ପାଇଁ ଯୋଜନା କରିଥିଲେ ।

Sridhar Vembu – Founder & CEO of ZOHO - Business Connect

ତାଙ୍କର ବିଭିନ୍ନ ଦେଶରେ ବ୍ୟବସାୟିକ କାରବାର ଜାରି ରହିଛି । ଜାପାନ, ସିଙ୍ଗାପୁର, ଅ​‌େ​‌ଷ୍ଟ୍ରଲିଆ ଚାଇନା ଏବଂ ୟୁଏଇ ଭଳି ଦେଶରେ ତାଙ୍କର ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ତେବେ ବିଦେଶର ବିଳାସମୟ ଜୀବନ ଛାଡି ଗାଁକୁ ଫେରି ସେ ଦୁଃସ୍ଥ ଏବଂ ଅସହାୟ ଶିଶୁମାନଙ୍କୁ ମାଗଣା ପାଠପଢାଇବା ଆରମ୍ଭ କରିଥିଲେ । ଏହା ସହିତ ସେ ଗାଁର ଛାତ୍ରଛାତ୍ରୀମାନଙ୍କ ପାଇଁ ରୁରାଲ ସ୍କୁଲ ଖୋଲିଛନ୍ତି । ଯେଉଁଠାରେ ପିଲାମାନଙ୍କୁ ମାଗଣା ପାଠପଢା ସହ ଖାଦ୍ୟ, ଖେଳକୁଦ, ପୋଷାକ ଆଦି ପାଇଁ ବ୍ୟବସ୍ଥା ରହିଛି । ସମାଜ ପାଇଁ ନିଃସ୍ବାର୍ଥପର ସେବା ପାଇଁ ଶ୍ରୀଧର ଭେମ୍ବୁଙ୍କୁ ବର୍ଷ ୨୦୨୧ ପାଇଁ ସମ୍ମାନସୂଚକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି ।

   Related Posts