ମୁମ୍ବାଇର ବିଜୟ ପରେ ବି ଦୁଃଖୀ ହେଲେ ରୋହିତ ଶର୍ମା, ଡ୍ରେସିଂ ରୁମରେ କାନ୍ଦିବାର ଭିଡିଓ ଭାଇରାଲ୍....

Published By : Prameya-News7 Bureau | May 07, 2024 IST

ମୁମ୍ୱାଇ ୦୭/୦୫: ଆଇପିଏଲ୍ ୨୦୨୪ ର ସୋମବାର ଥିଲା ୫୫ ତମ ମ୍ୟାଚ୍ । ମୁହାଁମୁିହଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଶତକ ଇନିଂସ ଯୋଗୁଁ ମୁମ୍ବାଇ ହାଇଦ୍ରାବାଦଠାରୁ ସହଜରେ ଜିତିଥିଲା ମ୍ୟାଚ। 

ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଚତୁର୍ଥ ବିଜୟ ଥିଲା । ଏହି ବିଜୟ ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଗୋଟିଏ ଭିଡିଓ । ଯେଉଁଥିରେ ରୋହିତ ଶର୍ମା ଡ୍ରେସିଂ ରୁମରେ କାନ୍ଦୁଥିବାର ନଜର ଆସିଛନ୍ତି । ବିଜୟ ପରେ ମଧ୍ୟ ମୁମ୍ବାଇ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଖୁସିର କୌଣସି ସୁଯୋଗ ନଥିଲା ।

ୱାନଙ୍ଖେଡେ ଷ୍ଟାଡିୟମରେ ଇନିଂସ ଆରମ୍ଭ କରି ସେ ମାତ୍ର ୪ ରନ୍ ସ୍କୋର କରି ପ୍ୟାଟ୍ କମିନ୍ସଙ୍କ ଏକମାତ୍ର ଶିକାର ହୋଇଥିଲେ ରୋହିତ୍ । ପାଭିଲିୟନକୁ ଫେରିବାବେଳେ ତଳକୁ ମୁଣ୍ଡ ନୁଆଁଇ ଫେରିଥିଲେ ହିଟ୍‌ମ୍ୟାନ୍ । ଏହା ପରେ ରୋହିତ ଶର୍ମାଙ୍କର ଏକ ଛୋଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

ଯାହାକୁ ଦେଖି କିଛି ଲୋକ ଅନୁଭବ କରିଥିଲେ ଯେ ସେ ବହୁତ ନିରାଶ ହୋଇଛନ୍ତି । ଏପରିକି କେହି କେହି କାନ୍ଦୁଥିବାର ଦାବି କରିଥିଲେ। ଉଲ୍ଲେଖଥାଉ କି, ଏହି କ୍ଷୁଦ୍ର ଭିଡିଓରୁ ରୋହିତ ପ୍ରକୃତରେ କାନ୍ଦୁଛନ୍ତି ନା ଅନ୍ୟ ଏକ ପ୍ରକାର ଭାବନା ଦେଖାଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ତୁରନ୍ତ ଏହା ଉପରେ ଆଲୋଚନା କରିବା ଆରମ୍ଭ କରିଛନ୍ତି । 

କେହି କେହି କହିଛନ୍ତି ତାଙ୍କର ଏହି ରିଆକ୍ସନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଫର୍ମ ସହିତ ଜଡିତ । ଦେଖିବାକୁ ଗଲେ ରୋହିତ ଶର୍ମାଙ୍କ ଏହି ଋତୁ ସେତେଟା ଭଲ ଫର୍ମରେ ନାହାଁନ୍ତି । ତାଙ୍କ ବ୍ୟାଟରୁ ଆଉ ରନ୍ ଆସୁନାହିଁ । ରୋହିତ ଆଇପିଏଲ ୨୦୨୪ରେ ୧୨ଟି ମ୍ୟାଚ୍ ଖେଳିଛନ୍ତି । ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚଗୁଡିକରେ ପାଞ୍ଚଟି ମ୍ୟାଚ୍ ଅଛି ଯେଉଁଥିରେ ରୋହିତ ଶର୍ମା ଡବଲ ଅଙ୍କ ଅତିକ୍ରମ କରିବାରେ ସକ୍ଷମ ହୋଇ ନାହାଁନ୍ତି । 

ତିନୋଟି ମ୍ୟାଚରେ ୩୦ ରନ୍ ସ୍କୋର ଅତିକ୍ରମ କରିଛି । କିନ୍ତୁ ଅଦ୍ୟାବଧି ସେ ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। କେବଳ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସେ ୬୩ ବଲରେ ଅପରାଜିତ ୧୦୫ ରନ୍ ସ୍କୋର କରିଥିଲେ । ଯେଉଁଥିରେ ୧୧ ଚଉକା ଓ ୫ ଛକା ମାରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.