ବ୍ରେକ୍ ଡାଉନ୍ ପାଇଁ ଅଧାରେ ଅଟକି ଗଲା ଆମ୍ବୁଲାନ୍ସ, ଜୀବନ ହାରିଲେ ରୋଗୀ

Published By : Prameya-News7 Bureau | September 21, 2021 IST

ସମ୍ବଲପୁର,୨୧/୦୯: ବ୍ରେକ୍ ଡାଉନ ଯୋଗୁଁ ଅଟକି ରହିଥିବା ଆମ୍ବୁଲାନ୍ସ ଭିତରେ ଚାଲିଗଲା ରୋଗୀଙ୍କ ଜୀବନ । ଅଧ ଘଣ୍ଟା ଆମ୍ବୁଲାନ୍ସ ଅଟକି ରହିବାରୁ ତା ଭିତରେ ରୋଗୀଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ ।

ସୂଚନାନୁସାରେ, ବୁର୍ଲାକୁ ଆଉ କିଛି ବାଟ ବାକିଥିବାବେଳେ ସମ୍ବଲପୁର ରେମେଡ୍ ଲେଭଲ କ୍ରସିଂ ନିକଟରେ ଏଭଳି ଘଟଣା ଘଟିଛି । ରେଗୀ ଜଣଙ୍କ ଝାରସୁଗୁଡାରୁ ବୁର୍ଲା ଆସୁଥିବାବେଳେ ସମ୍ବଲପୁର ରେମେଡ୍ ଲେଭଲ କ୍ରସିଂ ଠାରେ ଆମ୍ବୁଲାନ୍ସର ବ୍ରେକ ଡାଉନ ହୋଇଯାଇଥିଲା ।   ଫଳରେ ଭିତରେ ହିଁ ରୋଗୀଜଣଙ୍କ ରହିଥିଲେ । ଆଉ ତାଙ୍କୁ ବୁର୍ଲା ନିଆଯାଇ ପାରିନଥିଲା । ତେବେ ଅନ୍ୟ ଆମ୍ବୁଲାନ୍ସ ଆସିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହା ଭିତରେ ହିଁ ରୋଗୀଜଣଙ୍କ ପ୍ରାଣ ହରାଇଥିଲେ । ଏନେଇ ରୋଗୀଙ୍କ ସ୍ବାମୀ ହିମାଂଶୁ ନନ୍ଦ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.