ବିବାହ କଲେ ତେଜସ୍ୱୀ ଯାଦବ, ଆସିଲା ନବଦମ୍ପତ୍ତିଙ୍କ ପ୍ରଥମ ଫଟୋ

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୯।୧୨:  ବିହାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।  ଏୟାରହୋଷ୍ଟେସ୍‌ ଏଲେକ୍ସିସ୍‌ଙ୍କୁ ସେ ବିବାହ କରିଥିବା ବେଳେ ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ଲାଲ ପୋଷାକରେ ଏଲକ୍ସିସ୍‌ ଦେଖା ଯାଇଥିବା ବେଳେ ଗୋଲ୍ଡେନ ଶେରୱାନୀରେ ତେଜସ୍ୱୀଙ୍କୁ ଦେଖା ଯାଇଛି। ତେଜସ୍ୱୀ ଓ ଏଲେକ୍ସିସ୍‌ଙ୍କ ସମ୍ପର୍କ ପ୍ରାୟ ୬ ବର୍ଷ ପୂରୁଣା।  ବୁଧବାର ବିବାହ ନିମନ୍ତେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ତେଜସ୍ୱୀ ଚାହୁଁଥିଲେ ୬ ମାସ ପରେ ବିବାହ କରିବେ। ହେଲେ ଗୁରୁବାର ସେମାନଙ୍କ ବିବାହ ଓ ପାଣିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ତେଜସ୍ୱୀଙ୍କ ନିର୍ବନ୍ଧ ଓ ବିବାହ ଉତ୍ସବ ଦିଲ୍ଲୀର ସୈନିକ ଫାର୍ମରେ ହୋଇଛି। ଏହି ଫାର୍ମଟି ତେଜସ୍ୱୀଙ୍କ ଭଉଣୀ ସୀମା ଭାରତୀଙ୍କର। ନିର୍ବନ୍ଧପାଇଁ ହୋଇଥିବା ସାଜସଜ୍ଜାରେ ବିବାହ କାର୍ଯ୍ୟ ମଧ୍ୟ ତୁଲି ଯାଇଛି। ତେବେ ତେଜସ୍ୱୀଙ୍କ ବିବାହ ଉତ୍ସବରୁ ଗଣମାଧ୍ୟମକୁ ଦୂରରେ ରଖା ଯାଇଛି। ଖାସ୍ ଏଥିଲାଗି ସୈନିକ ଫାର୍ମର ସୁରକ୍ଷା କଡ଼ାକଡି କରାଯାଇଥିବା ବେଳେ ଭିତରକୁ ଯାଉଥିବା ଆସୁଥିବା ଲୋକଙ୍କର ଯାଞ୍ଚ ହେଉଛି। ଏଣୁ ବିବାହ ସ୍ଥଳକୁ ଏପର୍ଯ୍ୟନ୍ତ କୌଣସି ଗଣମାଧ୍ୟମ ପହଞ୍ଚି ପାରି ନାହାନ୍ତି।

{"id":556921,"sizeSlug":"full","linkDestination":"none"}

ଏଲେକ୍ସିସ୍ ଦିଲ୍ଲୀ ବସନ୍ତ ବିହାର ଅଞ୍ଚଳରେ ରହନ୍ତି। ସେ ପୂର୍ବରୁ ଏୟାର ହୋଷ୍ଟେସ୍‌ ଭାବେ କାମ କରୁଥିଲେ। ତାଙ୍କ ପିତା ଚଣ୍ଡିଗଡର ଏକ ସ୍କୁଲରେ ପ୍ରିନ୍ସଭାବେ କାର୍ଯ୍ୟ କରି ଚାକିରୀରୁ ଅବସର ନେଇଛନ୍ତି। ତେଜସ୍ୱୀଙ୍କ ସହ ଏଲେକ୍ସିସ୍‌ଙ୍କ  ସମ୍ପର୍କ ପ୍ରାୟ ୬ ବର୍ଷର। ସେମାନଙ୍କର ପ୍ରାୟ ମିଳାମିଶା ରହୁଥିଲା। ଉଭୟ ପରସ୍ପରର ଭଲ ବନ୍ଧୁ ମଧ୍ୟ ଥିଲେ। ତେବେ ଏଲେକ୍ସିସ୍‌ଙ୍କ ସହ ବିବାହ ଲାଗି ତେଜସ୍ୱୀ ଘରେ ପ୍ରସ୍ତାବ ପକାଇବାରୁ ପିତା ଲାଲୁ ଯାଦବ ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ଏଲେକ୍ସିସ୍‌ ଖ୍ରୀଷ୍ଟିୟାନ। ଏଣୁ ସେମାନଙ୍କ ବିବାହ ଗଡିଗଡି ଚାଲିଥିବା ବେଳେ ଶେଷରେ ଲାଲୁ ରାଜି ହେବା ସହ  ନିର୍ବନ୍ଧ ଓ ବିବାହ କାମ ସାରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.