ଇଲେକ୍ଟ୍ରୋନିକ୍ସ ସେଗ୍‌ମେଣ୍ଟରେ ଅମ୍ବାନୀଙ୍କ ଏଣ୍ଟ୍ରି! ଇଲେକ୍ଟ୍ରିକ୍ ବଲ୍ଭ ଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍ ତିଆରି କରିବ ରିଲାଏନ୍ସ

Published By : Prameya-News7 Bureau | April 24, 2024 IST

mid -day

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ଟେଲିକମ୍ କ୍ଷେତ୍ରରେ ନିଜର ଏକଚାଟିଆ ପ୍ରଭାବ ବିସ୍ତାର କରିବା ପରେ ଏବେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ କମ୍ପାନୀ ନିଜର ପ୍ରଭାବ ବିସ୍ତାର କରିବାକୁ ଯୋଜନା ଆରମ୍ଭ କରିଦେଇଛି। ଏହି ଅନୁସାରେ, କମ୍ପାନୀ ଇଲେକ୍ଟ୍ରିକ୍ ବଲ୍ଭ ଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍ ଓ ଏସି ପର୍ଯ୍ୟନ୍ତ ତିଆରି କରିବ ଓ ବିକ୍ରି କରିବ। ଭାରତରେ ବିଦେଶୀ କମ୍ପାନୀଙ୍କ ପ୍ରଭାବ କମ୍ କରିବାକୁ ରିଲାଏନ୍ସ ଇଲେକ୍ଟ୍ରୋନିକ୍ସ ଓ ଗୃହଉପକରଣ କ୍ଷେତ୍ରରେ ପ୍ରବେଶ କରିବ ବୋଲି ଯୋଜନା କରୁଛି। 

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, କମ୍ପାନୀ ୱାଇଜର (Wyzr)ବ୍ରାଣ୍ଡରେ ମେଡ୍-ଇନ୍ ଇଣ୍ଡିଆ ପ୍ରଡକ୍ଟ ଲଞ୍ଚ କରିବ। କମ୍ପାନୀ ଏହି ବ୍ରାଣ୍ଡରେ ଏଲ୍‌ଇଡି ବଲ୍ଭ, ଟିଭି, ଫ୍ରିଜ୍,ଏସି, ୱାଶିଂ ମେସିନ ଆଦି ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଭାରତ ମାର୍କେଟ୍‌ରେ ଲଞ୍ଚ କରିବ। ଏହି ଯୋଜନା ସହ ଜଡ଼ିତ ରିଲାଏନ୍ସ ଏକ୍‌ଜିକ୍ୟୁଟିଭ୍‌ମାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେନୁଫେକ୍‌ଚରିଂ ଓ ପ୍ରଡକ୍ସନ ଫାଇନାଲ କରିବା ପାଇଁ କମ୍ପାନୀ ଆଲୋଚନା ଆରମ୍ଭ କରିଛି। ବର୍ତ୍ତମାନ, ୱାଇଜର ବ୍ରାଣ୍ଡ୍‌ ନାଁରେ ଘରୋଇ ବ୍ୟବହାର ପାଇଁ ଆବଶ୍ୟକୀୟ ଇଲେକ୍ଟ୍ରୋନିକ ଉପକରଣ ତିଆରି କରିବାକୁ ଘରୋଇ କମ୍ପାନୀ ଡିକ୍ସନ ଟେକ୍ନୋଲୋଜୀ ଓ ମିର୍କ ଇଲେକ୍ଟ୍ରୋନିକ୍ସ(ଓନିଡା ପ୍ୟାରେଣ୍ଟ କମ୍ପାନୀ) ଏଗ୍ରୀମେଣ୍ଟ କରିବା ଉପରେ କାମ ଜାରି ରହିଛି।

ପଢ଼ନ୍ତୁ- ୨୦୨୩-୨୪ ଆର୍ଥିକ ବର୍ଷରେ ବଢ଼ିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେଟ ଲାଭ, ୭.୩ ପ୍ରତିଶତ ସହ ୭୯୦୨୦ କୋଟି ଟଙ୍କାଙ୍କୁ ବୃଦ୍ଧି

ଏହିସବୁ ପ୍ରଡକ୍ଟ ଆଣିପାରେ ରିଲାଏନ୍ସ

ନିକଟରେ ରିଲାଏନ୍ସ ରିଟେଲ୍‌ ୱାଇଜର ବ୍ରାଣ୍ଡ ନାଁରେ ଏୟାର କୁଲର ଲଞ୍ଚ୍ କରିଥିଲା। ଏବେ ଏହି ବ୍ରାଣ୍ଡ୍‌କୁ ବଢ଼ାଇବା ପାଇଁ କମ୍ପାନୀ ଯୋଜନା କରୁଛି। ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟିଭି, ଫ୍ରିଜ୍, ଏସି, ୱାସିଂ ମେସିନ୍, ଏଲଇଡି ବଲ୍ଭ ଇ-ଉପକରଣ କଣ୍ଟ୍ରାକ୍ଟରେ ତିଆରି କରିବ। ବଜାରରେ ଏହି ବ୍ରାଣ୍ଡ୍‌ ସେଟ୍ ନେଇଗଲା ପରେ କମ୍ପାନୀ ନିଜେ ପ୍ଲାଣ୍ଟ ବସାଇ ପ୍ରଡକ୍ସନ କରିବ। 

ବର୍ତ୍ତମାନ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସେଗ୍‌ମେଣ୍ଟରେ ରିଲାଏନ୍ସ୍‌ର ଉପସ୍ଥିତି ସୀମିତ ରହିଛି। ୨୦୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୧,୬୭୦ ଟଙ୍କାରେ ଆମେରିକୀୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କମ୍ପାନୀ ସାନମିନା(sanmina)ର ଭାରତୀୟ ୟୁନିଟରେ ୫୦.୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଥିଲା। ସାମିନା ପାଖରେ ଚେନ୍ନାଇର ୧୦୦ ଏକର ବ୍ୟାପୀ ଏକ ମ୍ୟାନୁଫେକ୍ଚରିଂ ପ୍ଲାଣ୍ଟ ରହିଛି। ଏହି ହ୍ଲାଣ୍ଟରେ ୱାଇଜର ବ୍ରାଣ୍ଡ ପ୍ରଡକ୍ଟ ତିଆରି କରାଯିବ ବୋଲି ସୂଚନା ମିଳିଛି। ତେବେ କମ୍ପାନୀ ପକ୍ଷରୁ ଏନେଇ କୌଣସି ଖୁଲାସା କରାଯାଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.