କରୋନାରେ ସଂକ୍ରମିତ ବୟସ୍କଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କଲେ ସରକାର, ତିନୋଟି ଶ୍ରେଣୀରେ ରୋଗୀଙ୍କୁ କଲେ ବିଭକ୍ତ

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ,୧୭/୦୧: ଦେଶରେ କରୋନାର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୟସ୍କ କରୋନା ରୋଗୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି । ସଂଶୋଧିତ ଗାଇଡଲାଇନରେ ତିନି ପ୍ରକାର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଶ୍ରେଣୀରେ ରୋଗୀଙ୍କୁ ବିଭକ୍ତ କରାଯାଇଛି । ଏପରି ରୋଗୀଙ୍କୁ ସୁରକ୍ଷିତ ଶାରୀରିକ ଦୂରତା ରକ୍ଷା କରିବା ସହ, ହାତକୁ ଭଲ ଭାବରେ ସଫା କରିବା ଏବଂ ଘର ଭିତରେ ମାସ୍କ ପିନ୍ଧିବାକୁ ବି ପରାମର୍ଶ ଦିଆଯାଇଛି।

ସାମାନ୍ୟ ଲକ୍ଷଣ ଥିବା ରୋଗୀ

ନୂଆ ମାର୍ଗଦର୍ଶିକାରେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କ ନିଶ୍ୱାସ ନେବାରେ ଅସୁବିଧା ହେଲେ, ଜ୍ୱର ହେଲେ କିମ୍ୱା 5 ଦିନରୁ ଅଧିକ ଦିନ ଧରି କାଶ ହେଲେ ଚିକିତ୍ସା ସହାୟତା ନେବା ଦରକାର ବୋଲି କୁହାଯାଇଛି। ଏହିପରି ରୋଗୀ ନିଜକୁ ଘରେ ଆଇସୋଲେଟ କରି ରଖିବାକୁ କୁହାଯାଇଛି।

ମଧ୍ୟମ ଲକ୍ଷଣ ଥିବା ରୋଗୀ

ମଧ୍ୟମ ଧରଣ କରୋନା ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ କ୍ଲିନିକଲ ୱାର୍ଡରେ ଭର୍ତ୍ତି କରାଯାଇ ପାରିବ । ଏପରି ରୋଗୀଙ୍କୁ ସଂଶୋଧିତ ଗାଇଡଲାଇନ ଅନୁସାରେ ଅକ୍ସିଜେନ ସହାୟତା ପ୍ରଦାନ କରାଯିବା ଦରକାର। ଯେଉଁ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ରହିଛି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

wp:html /wp:html

ଗୁରୁତର କରୋନା ରୋଗୀ

ଯେଉଁ ରୋଗୀଙ୍କ ଅକ୍ସିଜେନ ସ୍ତର ୯୦ରୁ କମ ସେମାନଙ୍କୁ ଏହି ଶ୍ରେଣୀରେ ରଖାଯାଇଛି। ଏହି ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ଦରକାର। ଏପରି ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯିବା ଦରକାର। ନିଶ୍ୱାସ ନେବାରେ ଅସୁବିଧା ଏବଂ ଅକ୍ସିଜେନର ଅଧିକ ଆବଶ୍ୟକତା ଥିବା ରୋଗୀଙ୍କୁ ଏନଆଇଭି ଦିଆଯିବା ଦରକାର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.