ଫିକା ପଡିଲା ରାମନବମୀ, ସପ୍ତଶଯ୍ୟା ପାଦଦେଶରୁ ଫେରିଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | April 21, 2021 IST

ଢେଙ୍କାନାଳ ୨୧।୪: କୋରନାର ଦ୍ବିତୀୟ ଲହରରେ ସଂକ୍ରମଣ ବଢି ଚାଲିଥିବା ବେଳେ କଡା କଟକଣା ଯୋଗୁଁ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଫିକା ପଡିଛି । ଏପରିକି ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଢେଙ୍କାନାଳର ସପ୍ତଶଯ୍ୟା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ସାଧାରଣ ଦର୍ଶନ ବାରଣ କରାଯାଇଛି । ପୀଠରେ କେବଳ ପ୍ରଭୁଙ୍କ ନୀତିକାନ୍ତିରେ ଚଳିତ ଏହି ପୀଠର ବାର୍ଷିକ ପର୍ବ ଶ୍ରୀରାମ ନବମୀ ସୀମିତ ରହିଛି ।

ପ୍ରତ୍ୟେକ ବର୍ଷ ଏହି ରାମ ନବମୀ ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ଚଳିତ ବର୍ଷ ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଥିବାରୁ ଏହି ପୀଠ ଏକ ପ୍ରକାରର ଖାଁ ଖାଁ ହୋଇଯାଇଛି । ପୀଠର ପାଦ ଦେଶରୁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ହତାସ ହୋଇ ଫେରୁଥିବା ପ୍ରକାଶ କରିଛନ୍ତି । ତେବେ ପୀଠର ପ୍ରଭୁ ଶ୍ରୀରାମଙ୍କ ନୀତିକାନ୍ତି ସହକାରେ ପୂଜାର୍ଚ୍ଚନା କରାଯାଉଥିବା ପ୍ରକାଶ କରିଛନ୍ତି ପୀଠର ପୂଜକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.