ସାବଧାନ! ଅନ୍‌ଲାଇନ୍‌ରେ ମିଳୁଛି ନକଲି ରେମ୍‌ଡେସିଭିର ଇଞ୍ଜେକ୍ସନ୍‌

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ, ୦୮/୦୫: କରୋନା ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ରୋଗୀଙ୍କ ପାଇଁ ରେମ୍‌ଡେସିଭିର୍‌ ଇଞ୍ଜେକ୍ସନ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ଅର୍ଡର କରୁଛନ୍ତି ସଂପର୍କୀୟ । ଯଦି ଆପଣ କରୋନା ରୋଗୀଙ୍କ ପାଇଁ ଏହି ଇଞ୍ଜେକ୍ସନ୍‌ ଅର୍ଡର କରୁଛନ୍ତି ତେବେ ସାବଧାନର ସହିତ ଏହାକୁ ଅର୍ଡର ଦିଅନ୍ତୁ ।

ବର୍ତ୍ତମାନ ସମୟରେ ବିକ୍ରି କରାଯାଉଥିବା ଏହି ଇଞ୍ଜେକ୍ସନ ନକଲି ମଧ୍ୟ ହୋଇପାରେ । ଏହାର କାରଣ ରେମ୍‌ଡେସିଭିର ଇଞ୍ଜେକ୍ସନ୍‌ର ସପ୍ଲାଇ କାମ ସମ୍ପୂର୍ଣ୍ଣ ରୁପେ ସରକାରଙ୍କ ହାତରେ ରହିଛି । ତେଣୁ ଅନ୍‌ଲାଇନ୍‌ରେ ମିଳୁଥିବା ଏବଂ ନିକଟ ବଜାରରେ ମିଳୁଥିବା ଏହି ଇଞ୍ଜେକ୍ସନ୍‌ ନକଲି ହେବାର ସମ୍ଭାବନା ରହିଛି ।

ସାଇବର ଏକ୍ସପର୍ଟଙ୍କ ମୁତାବକ, ସାରା ଦେଶରେ ରେମ୍‌ଡେସିଭିର୍‌ ଇଞ୍ଜେକ୍ସନ, ଅକ୍ସିଜେନ୍‌ ସିଲିଣ୍ଡର, ଅକ୍ସିଜେନ୍‌ ଫ୍ଲୋମିଟର, ଅକ୍ସିମିଟର ଭଳି କରୋନା ରୋଗୀଙ୍କ ପାଇଁ ଜରୁରୀ ଉପକରଣ ଏବଂ ଫେଭି ଫ୍ଲୁ ଭଳି ଔଷଧ ନାମରେ ପ୍ରତ୍ୟେକ ଦିନ ୧୦ ହଜାର ଲୋକ ଠକାମିର ଶିକାର ହେଉଛନ୍ତି । ତେଣୁ ଏଥିପ୍ରତି ସଜାଗ ରହି ଔଷଧ କିଣିବାକୁ ଲୋକଙ୍କୁ ସଚେତନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.