ରାଜନୈତିକ-ଧାର୍ମିକ କାର୍ଯ୍ୟକ୍ରମ ବି ଭାରତରେ ବଢାଇଛି କୋଭିଡ୍ ସଂକ୍ରମଣ : ଡବ୍ଲୁଏଚଓ

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୫: କରୋନା ଭାଇରସର ଦ୍ବିତୀୟ ଲହର ଭାରତରେ ତାର କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏହି ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କହିଛି ଯେ, ଭାରତର ସ୍ଥିତିକୁ ନେଇ ହୋଇଥିବା ଆକଳନରୁ ଜଣାପଡିଛି ଯେ ଦେଶରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇଁ ଅନେକ ସମ୍ଭାବ୍ୟ କାରଣ ଦାୟୀ । ଯେଉଁଥିରେ ବିଭିନ୍ନ ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକଜୁଟ ହେବା ମଧ୍ୟ ସାମିଲ ରହିଛି । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ମିଳାମିଶା ବୃଦ୍ଧି ପାଇଥିଲା ।

WHO ବୁଧବାର ଦିନ ପ୍ରକାଶିତ ମହାମାରୀ ସମ୍ବନ୍ଧୀୟ ସାପ୍ତାହିକ କୋଭିଡ୍-୧୯ ଅପଡେଟ୍ ରିପୋର୍ଟରେ କହିଛି ଯେ, ଭାଇରସର ବି.୧.୬୧୭ ଷ୍ଟ୍ରେନ୍ ର ପ୍ରଥମ ମାମଲା ଅକ୍ଟୋବର ୨୦୨୦ରେ ସାମ୍ନାକୁ ଆସିଥିଲା । ଏଥି ଅନୁଯାୟୀ, ଭାରତରେ କୋଭିଡ୍-୧୯ର ବଢୁଥିବା ମାମଲା ଏବଂ ମୃତ୍ୟୁ ଭାଇରସ୍ ର ବି.୧.୬୧୭ ଷ୍ଟ୍ରେନ୍ ସମେତ ଅନ୍ୟ ଷ୍ଟ୍ରେନ୍ ର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତର ସ୍ଥିତିକୁ ନେଇ ନିକଟରେ କରାଯାଇଥିବା ଏକ ଆକଳନରୁ ଜଣାପଡିଛି ଯେ ଦେଶରେ କୋଭିଡ୍-୧୯ର ମାମଲାରେ ବୃଦ୍ଧି ଏବଂ ପୁନରୁତ୍ଥାନ ପାଇଁ ଅନେକ ସମ୍ଭାବ୍ୟ କାରଣ ଦାୟୀ ଯେଉଁଗୁଡିକ SARS-COV-2 ବିଭିନ୍ନ ପ୍ରସାରରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ସେହିଭଳି ବିଭିନ୍ନ ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ବିଶାଳ ସମାବେଶ ହେତୁ ଲୋକଙ୍କ ମଧ୍ୟରେ ମିଲାମିଶା ବୃଦ୍ଧି ପାଇଥିଲା । ଏହା ବ୍ୟତୀତ ଜନସ୍ବାସ୍ଥ୍ୟ ଏବଂ ସାମାଜିକ ଉପାୟ ଅବଲମ୍ବନ ନକରିବା ମଧ୍ୟ ବର୍ତ୍ତମାନ ପରିସ୍ଥିତି ପାଇଁ ଦାୟୀ । ଯଦିଓ ଭାରତରେ ଭାଇରସ୍ ପ୍ରସାରରେ ବୃଦ୍ଧି ପାଇଁ ଦାୟୀ ଏହିସବୁ କାରକ ମଧ୍ୟରୁ ପ୍ରତ୍ୟକ କାରକ କେତେ ଦାୟୀ ? ଏପର୍ଯ୍ୟନ୍ତ ଏହାକୁ ବହୁତ ଭଲ ଭାବରେ ବୁଝାଯାଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.