ମାଟ୍ରିକ୍ ଅଫଲାଇନ୍ ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ବିଭ୍ରାଟ, ରେଗୁଲାର ପରୀକ୍ଷାର୍ଥୀଙ୍କୁ ଦିଆଗଲା ଏକ୍ସ-ରେଗୁଲାର ପ୍ରଶ୍ନପତ୍ର

Published By : Prameya-News7 Bureau | August 03, 2021 IST

କଟକ ୩।୮: ମାଟ୍ରିକ୍ ଅଫଲାଇନ ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ବିଭ୍ରାଟ ସୃଷ୍ଟି ହୋଇଛି । କଟକ ବୋର୍ଡ ହାଇସ୍କୁଲରେ ମଙ୍ଗଳବାର ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦେଇଦିଆଗଲା । ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଛି । ତେବେ ତ୍ରୁଟି ସଂଶୋଧନ ଲାଗି ତୁରନ୍ତ ପଦକ୍ଷେପ ନେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । କିନ୍ତୁ ଏ ପ୍ରସଙ୍ଗରେ ଆଜି କିଛି ସମୟ ଲାଗି ପରୀକ୍ଷା କେନ୍ଦ୍ରରେ ଖୁବ୍ ହୋ ହାଲ୍ଲା ହୋଇଥିଲା ।

{"id":490307,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଚାଲିଥିଲା ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । କିନ୍ତୁ ପରୀକ୍ଷା ପରିଚାଳନାକୁ ନେଇ କିଛିଟା ବିଭ୍ରାଟ ହୋଇଥିବାର ଖବର ସାମ୍ନାକୁ ଆସିଲା । ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍କ ରେଗୁଲାର ପ୍ରଶ୍ନପତ୍ର ଦେଇଦିଆ ଯାଇଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଛି । ଯାହାକୁ ନେଇ କିଛି ସମୟ ପାଇଁ ପରୀକ୍ଷା କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

{"id":490309,"sizeSlug":"full","linkDestination":"none"}

ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ୍ ଭିତରେ ତ୍ରୁଟି ଧରାପଡ଼ିଯିବା ପରେ କେନ୍ଦ୍ର ପରିଚାଳକ ତୁରନ୍ତ ପଦକ୍ଷେପ ନେଇଥିଲେ। ପ୍ରଶ୍ନପତ୍ରଗୁଡିକୁ ଅଦଳ ବଦଳ କରାଯିବା ସହିତ ସବୁ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ଦିଆଯାଇଥିଲା ବୋଲି ସୁପରିଟେଣ୍ଡେଣ୍ଟ କହିଛନ୍ତି । କିନ୍ତୁ ଏଭଳି ବିଭ୍ରାଟକୁ ନେଇ ଅଭିଭାବକମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ନିଜର ଆପତ୍ତି ଜଣାଇଛନ୍ତି ।

{"id":490311,"sizeSlug":"full","linkDestination":"none"}

କଟକ କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଚଳିତ ବର୍ଷ ୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ଆଜି ହୋଇଥିବା ବ୍ୟତିକ୍ରମର କିଛି ସମୟ ଭିତରେ ସମାଧାନ ହୋଇପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.