ବିଦ୍ୟାଭାରତୀ ଏବଂ ଓଆଇସିଙ୍କ ମଧ୍ୟରେ କ’ଣ ଥିଲା ସଂପର୍କ ? କ’ଣ କହୁଛନ୍ତି ମମତାଙ୍କ ଶ୍ବଶୁର ଶୁଣନ୍ତୁ

Published By : Prameya-News7 Bureau | July 22, 2021 IST

ଉଦଳା ୨୨।୭: ଏସିଏଫ୍ଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି । ତେବେ ଘଟଣା ଦିନ ଆମ୍ବୁଲାନ୍ସ ଡାକ୍ତରଖାନା ଯିବା ସମୟରେ ଗାଡିକୁ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଅଟକାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ମମତା ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ସଂପର୍କକୁ ନେଇ ଉଠିଥିଲା ପ୍ରଶ୍ନ ।  

ବିଦ୍ୟାଭାରତୀ ଏବଂ ମମତାଙ୍କ ମଧ୍ୟରେ ସଂପର୍କ ବାବଦରେ ସୂଚନା ଦେଇଛନ୍ତି ମମତାଙ୍କ ଶ୍ବଶୁର । ମମତାଙ୍କ ଶ୍ବଶୁରଙ୍କ କହିବା କଥା, ବିଦ୍ୟାଭାରତୀଙ୍କ ମାମୁଁ ଘର ଏବଂ ମମତା ପଣ୍ଡାଙ୍କ ଘର ପାଖାପାଖି ଏବଂ ଗୋଟିଏ ଗ୍ରାମରେ । ପୂର୍ବରୁ ବିଦ୍ୟାଭାରତୀଙ୍କ ପରିବାର ସହିତ ମମତା ପଣ୍ଡାଙ୍କ ଶ୍ବଶୁର ଘର ଲୋକଙ୍କର ସଂପର୍କ ଭଲ ରହିଥିଲା । ହେଲେ ତାହା ଆଉ ପୂର୍ବ ଭଳି ନାହିଁ ।

ତେବେ ବିଦ୍ୟାଭାରତୀ ତାଙ୍କ ମାମୁଁ ଘର କପ୍ତିପଦାକୁ ଯାଇଥିବା ବେଳେ ସେଠାରେ ମମତାଙ୍କ ସହିତ ତାଙ୍କର ଦେଖା ହୋଇ ସଂପର୍କ ହୋଇଥିଲା । ଫଳରେ ଅନେକ ସମୟରେ ଉଭୟ କଥାବାର୍ତ୍ତା ହୁଅନ୍ତି । ମମତାଙ୍କ ବିବାହକୁ ୪ ରୁ ୫ ମାସ ହୋଇଥିବା ବେଳେ ମମତା ଏବେ ଗୁରାଣ୍ଡି ଥାନାରେ ଚାକିରୀ କରି ବାହାରେ ରହୁଛନ୍ତି ।  ଘଟଣା ଦିନ ପୂର୍ବ ସଂପର୍କ ଅନୁସାରେ ମମତାଙ୍କର ସାହାଯ୍ୟ ବିଦ୍ୟାଭାରତୀ ମାଗିଥିବେ ବୋଲି କହିଛନ୍ତି ତାଙ୍କ ଶ୍ବଶୁର ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.