ଆଉଟ୍ କି ନଟଆଉଟ୍ ? ବେଙ୍ଗାଲୁରୁ-ପଞ୍ଜାବ ମ୍ୟାଚ୍‌ରେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କଲେ କେଏଲ ରାହୁଲ

Published By : Prameya-News7 Bureau | October 03, 2021 IST

ସାରଜା ୦୩।୧୦:  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ରବିବାର ଆଇପିଏଲ ୨୦୨୧ ଖେଳାଯାଉଛି। ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ହେଲେ ବେଙ୍ଗାଲୁରୁ ଇନିଂସର ଅଷ୍ଟମ ଓଭରରେ କିଛି ଏମିତି ଘଟିଛି ଯେଉଁଠି ପଞ୍ଜାବ କିଙ୍ଗ୍ସର ଅଧିନାୟକ କେଏଲ ରାହୁଲଙ୍କୁ ପଡିଆ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି।

ବେଙ୍ଗାଲୁରୁ ପଞ୍ଜାବ ବିପକ୍ଷରେ ଭଲ ଆରମ୍ଭ କରିଥିଲା।  ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଯୋଡି ପଞ୍ଜାବ ବୋଲରଙ୍କୁ ସଫଳତା ଦେଇନଥିଲେ। ବେଙ୍ଗାଲୁରୁ ଇନିଂସର ଅଷ୍ଟମ ଓଭରରେ ଯେବେ ରବି ବିଶ୍ନୋଇ ବୋଲିଂ କରିବାକୁ ଆସିଲେ ଚତୁର୍ଥ ଓଭରରେ ଏମିତି କିଛି ଘଟିଲା ଯାହାକୁ ନେଇ ପଡିଆରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

{"id":521655,"sizeSlug":"full","linkDestination":"none"}

ରବି ବିଶ୍ନୋଇଙ୍କ ବଲ୍‌ରେ ଦେବଦତ୍ତ ପାଡିକଲ ରିଭର୍ସ ସୁଇପ୍‌ ଖେଳିବାକୁ ଚାହିଁଥିଲେ ମାତ୍ର ବଲ୍‌ ତାଙ୍କ ବ୍ୟାଟ୍ ନିକଟ ଦେଇ ଗତି କରିଥିଲା। କେଏଲ ରାହୁଲ ଆଉଟ୍ ପାଇଁ ଅପିଲ୍ କରିଥିଲେ, ହେଲେ ଅମ୍ପାୟର ନଟଆଉଟ୍ ଘୋଷିତ କରିଥିଲେ। ଏହା ପରେ ପଞ୍ଜାବ ରିଭ୍ୟୁ ନେଇଥିଲା, ତଥାପି ତୃତୀୟ ଅମ୍ପାୟର ଏହାକୁ ନଟଆଉଟ୍ ଘୋଷିତ କରିଥିଲେ।

ଏହାକୁ ନେଇ କେଏଲ ରାହୁଲ କ୍ଷୁବ୍ଧ ହୋଇଥିଲେ, କାରଣ ତୃତୀୟ ଅମ୍ପାୟର ରିଭ୍ୟୁ ସମୟରେ ଅଲ୍ଟ୍ରା ଏଜ୍‌ରେ ଦେଖିବାକୁ ମିଳିଥିଲା ଯେ, ବଲ୍‌ ଯେବେ ଗ୍ଲୋଭ୍ସ ନିକଟ ଦେଇ ଗଲା ସେଠାରେ ହାଲୁକା ଛୁଇଁକି ଯାଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ମଧ୍ୟ ଅମ୍ପାୟର ନଟଆଉଟ୍ ଘୋଷିତ କରିଥିଲେ। ଏହାକୁ ନେଇ କେଏଲ ରାହୁଲ କ୍ଷୁବ୍ଧ ହୋଇଥିଲେ ଏବଂ ସିଧାସଳଖ ଅମ୍ପାୟରଙ୍କ ନିକଟରେ ପହଞ୍ଚିଥିଲେ।

wp:html /wp:html

କେଏଲ ରାହୁଲ ଅମ୍ପାୟଙ୍କ ସହ ଅଲଟ୍ରା ଏଜ ଉପରେ ଆଲୋଚନା କରିଥିଲେ। ହେଲେ ଅମ୍ପାୟର ଏହାକୁ ଆଉଟ୍ ଦେଇନଥିଲେ। ଏହି ସମୟରେ କମେଣ୍ଟ୍ରି କରୁଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଅନ୍ୟ କିଛି ଭାଷ୍ୟକାର ମଧ୍ୟ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.