ରାୟଗଡା ଜିଲ୍ଲା କଂଗ୍ରେସକୁ ଝଟ୍‌କା, ଦଳ ଛାଡିଲେ ସଭାପତି ବିଜୟ ଗମାଙ୍ଗ

Published By : Prameya-News7 Bureau | May 06, 2024 IST

ଗୁଣପୁର ୬।୫: ରାୟଗଡା ଜିଲ୍ଲା କଂଗ୍ରେସକୁ ଝଟକା । ଦଳ ଛାଡିଲେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ କୈଫିୟତ ତଲବ କରିଥିଲେ । ବହୁଥର ପିସିସି ଓ ଜିଲ୍ଲା ସ୍ତରୀୟ ଦଳୀୟ ନେତା ଅଣଦେଖା କରିଥିବା, କୌଣସି କାର୍ଯ୍ୟକ୍ରମକୁ ସୂଚନା ଦେଉ ନଥିବା ଅଭିଯୋଗ କରି ଆତ୍ମସମ୍ମାନ ଦୃଷ୍ଟିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା କହିଛନ୍ତି । ଇସ୍ତଫା ପତ୍ର ପିସିସି ସଭାପତି ଓ ରାଜ୍ଯ ପର୍ଯ୍ୟବେକ୍ଷକକୁ ପଠାଇଥିବା ବିଜୟ ଗମାଙ୍ଗ ସୂଚନା ଦେଇଛନ୍ତି । 

ପୂର୍ବରୁ ମଧ୍ଯ ଦଳ ବିଧାନସଭା ପ୍ରାର୍ଥୀ ନାମ ଘୋଷଣା କରିବା ପରେ ଅସନ୍ତୋଷ ହୋଇ ଯୁବ କଂଗ୍ରେସ ବ୍ଲକ ସଭାପତି, ଏସଟି ମୋର୍ଚ୍ଚା, ଏସସି ମୋର୍ଚ୍ଚା ସଭାପତି, ଯୁବ କଂଗ୍ରେସ ରାଜ୍ଯ ପ୍ରବକ୍ତା, ପିସିସି ସଦସ୍ୟ ଦଳ ଛାଡିଥିଲେ । ଭୋଟ୍ ଗ୍ରହଣ ଆଉ ଦିନ କେଇଟା ବାକି ଥିବାବେଳେ ଜିଲ୍ଲା ସଭାପତି ଦଳ ଛାଡିବା ସମସ୍ୟା ସୃଷ୍ଟି କରିବ ।

You Can Read :

ଭର୍ତ୍ତୃହରିଙ୍କ ନାଁରେ ପୋଲିସକୁ ମାଡ ମାମଲା : ଅଭିଯୋଗକାରୀ ଉପସ୍ଥିତ ନ ରହିବାରୁ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ

 

  • odisha
  • OdishaNews
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.