ଟୋକିଓ ଅଲିମ୍ପିକ୍ସ: ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର, ଏମିତି ରହିଛି ୧୪ମ ଦିନର କ୍ରୀଡାସୂଚୀ

Published By : Prameya-News7 Bureau | August 05, 2021 IST

ଟୋକିଓ ୦୫।୦୮: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ୧୩ମ ଦିନ ମିଶ୍ରିତ ରହିଛି। ଭାରତୀୟ ହକି ଦଳ ଇତିହାସ ରଚିବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ସେମି ଫାଇନାଲରେ ଦଳ ଆର୍ଜେଣ୍ଟିନାଠୁ ୧-୨ରେ ହାରି ସ୍ଵର୍ଣ୍ଣ ପଦକ ଜିତିବା ଆଶା ଧୂଳିସାତ ହୋଇଛି। ସେପଟେ ଲଭଲିନା ବୋରଗୋହେନ(୬୯ କିଗ୍ରା) ବକ୍ସିଂରେ ସେମି ଫାଇନାଲରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ୧୩ମ ଦିନରେ ସବୁଠୁ ବଡ ସଫଳତା ଦେଇଛନ୍ତି କୁସ୍ତିଯୋଦ୍ଧା ବିଜୟ କୁମାର ଦାହିଆ। ଦାହିଆ ପୁରୁଷ ୫୭ କିଗ୍ରା ଭାର ବର୍ଗରେ ସେମି ଫାଇନାଲରେ କାଜାକସ୍ତାନର ନୁରିସ୍ଲାମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ରୌପ୍ୟ ସହ ଦେଶ ପାଇଁ ଚତୁର୍ଥ ପଦକ ସୁନିଶ୍ଚିତ କରିଛନ୍ତି। ଜାଭଲିନ ଥ୍ରୋରେ ନୀରଜ ଚୋପ୍ରା ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ତେଣୁ ଭାରତ ପାଇଁ ୧୪ମ ଦିନ ବହୁତ ଖାସ୍ ହେବାକୁ ଯାଉଛି। ଭାରତୀୟ ପୁରୁଷ  ହକି ଦଳ କାଂସ୍ୟ ପଦକ ପାଇଁ ମଇଦାନକୁ ଓହ୍ଲାଇବ। ସ୍ଵର୍ଣ୍ଣ ପାଇଁ ରବି ଦାହିଆ ଏବଂ ଦୀପକ ପୁନିଆ କାଂସ୍ୟ ପାଇଁ ଲଢେଇ କରିବେ। ଏହି ଖେଳାଳିଙ୍କ ଉପରେ ଆସନ୍ତାକାଲି ସଭିଙ୍କ ନଜର ରହିବ। ସେପଟେ ଅଂଶୁ ମଲିକ, ଭିନେଶ ଫୋଗାଟ ନିଜର ଅଭିଯାନ ଆରମ୍ଭ କରିବେ। ଏମିତି ରହିଛି ୧୪ମ ଦିନର କ୍ରୀଡାସୂଚୀ...

ଗୋଲ୍ଫ

ଆଦିତି ଅଶୋକ ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେ ରାଉଣ୍ଡ ୨, ସକାଳ- ୪ଟା

ଦୀକ୍ଷା ଡାଗର ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେ ରାଉଣ୍ଡ, ସକାଳ- ୫ଟା ୪୪

ହକି

ଭାରତ ବନାମ ଜର୍ମାନୀ, ପୁରୁଷ କାଂସ୍ୟ ପଦକ ମ୍ୟାଚ୍, ସକାଳ- ୭ଟା

କୁସ୍ତି

ଭିନେଶ ଫୋଗାଟ୍ ବନାମ ସୋଫିଆ ମ୍ୟାଗଡେଲେମା(ସ୍ଵିଡେନ), ମହିଳା କୁସ୍ତି ୫୩ କିଗ୍ରା, ସକାଳ-୮ଟା

ଅଂଶୁ ମଲିକ ବନାମ ଭାଲେରିଆ କୋବଲୋଭା(ରୁଷ), ମହିଳା କୁସ୍ତି ୫୭ କିଗ୍ରା ରେପଚେଜ ରାଉଣ୍ଡ, ସକାଳ- ୭ଟା ୩୦ ପରେ

ରବି ଦାହିଆ ଓ ଜାଭୁର ୟୁଗୁରେଭ(ରୁଷ) ପୁରୁଷ କୁସ୍ତି ୫୭ କିଗ୍ରା ଫାଇନାଲ, ଅପରାହ୍ନ ୪ଟା ୨୦

ଦୀପକ ପୁନିଆ ପୁରୁଷ କୁସ୍ତି କାଂସ୍ୟ ପଦକ ମ୍ୟାଚ୍, ଅପରାହ୍ନ ୪ଟା ୪୦

ଆଥଲେଟିକ୍ସ

କେଟି ଇରଫାନ, ରାହୁଲ ରୋହିଲ୍ଲା ଓ ସନ୍ଦୀପ କୁମାର, ପୁରୁଷ ୨୦ କିମି ପାଦ ଚଲା, ଅପରାହ୍ନ ୧ଟା ପରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.