Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଶାରେ ଚୁର୍ ହୋଇ ଯୁବତୀଙ୍କ ଘରେ ପଶିଗଲେ ହୋମଗାର୍ଡ, କହିଲେ- ‘ତାକୁ ମୋ ସହ ବାହା କରାଅ’

22/05/2021 at 1:41 PM

ସୁନ୍ଦରଗଡ଼,୨୨/୦୫: ତାକୁ ମୋ ସହ ବାହା କରାଅ, ନଚେତ ଘରର ସମସ୍ତଙ୍କୁ ଜୀବନରୁ ମାରିଦେବି । ଏଭଳି ଧମକ ଦେଇଛନ୍ତି ଜଣେ ହୋମଗାର୍ଡ । ଏ ନେଇ ମାମଲା ପହଞ୍ଚିଛି ଥାନାରେ । ଭଷ୍ମା ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଯୁବତୀଙ୍କ ଘରେ ପଶି ଗାଳିଗୁଲଜ କରି ଧମକ ଦେଇଥିବା ସେହି ଥାନାରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ଲିଖିତ ଅଭିଯୋଗ ପାଇବା ପରେ ୪୫୭/୨୯୪/୩୫୪/୩୨୩ ଓ ୫୦୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜାଣିବାକୁ ମିଳିଛି ।

ସୂଚନା ମୁତାବିକ, ଭଷ୍ମା ଗ୍ରାମରେ ରହୁଥିବା ଜଣେ ୨୨ ବର୍ଷର ଯୁବତୀ ବାପା ମା’ଙ୍କ ସହ ରହୁଛନ୍ତି । ଭଷ୍ମା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ପ୍ରମୋଦ କୁମାର ସିଂ ଗତ ୨୦ ତାରିଖ ରାତି ୧୧ଟାରେ ମଦ୍ୟପାନ କରି ଉକ୍ତ ଯୁବତୀଙ୍କ ଘରେ ପଶିଥିଲେ । ଯୁବତୀଙ୍କୁ ମୋ ସହିତ ବିବାହ କରାଅ, ନଚେତ ତୁମ ଘରର ସମସ୍ତଙ୍କୁ ଜୀବନରୁ ମାରି ଦେବି ବୋଲି ଧମକଚମକ ଦେବା ସହ ଗାଳିଗୁଲଜ କରି ଆସିଥିଲେ । ପ୍ରମୋଦ ବାରମ୍ବାର ଯୁବତୀଙ୍କୁ ବିବାହ କରିବେ ବୋଲି ଘରେ ପଶି ଅନେକଥର ଗାଳିଗୁଲଜ କରିବା ସହ ମାଡ଼ପିଟ ମଧ୍ୟ କରିଥାନ୍ତି ବୋଲି ଯୁବତୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ପ୍ରମୋଦଙ୍କ ଏହି କାର୍ଯ୍ୟ ଯୋଗୁ ସେ ପଦାରୁ ବାହାରି ପାରୁନାହାନ୍ତି ।

ଏପରିକି ସେ କମ୍ପ୍ୟୁଟର କ୍ଲାସ ଯିବା ସମୟରେ ବାଟରେ ଅଟକାଇ ଟଣାଓଟଣା କରିଥିବା ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି । ଭଷ୍ମା ଥାନା ପକ୍ଷରୁ ମାମଲା ରୁଜୁ ହୋଇଥିଲେ ବି ଥାନାରେ କାମ କରୁଥିବାରୁ ତାଙ୍କୁ ଗିରଫ ନକରି ଘଟଣାର ତଦନ୍ତ କରିବା ବାହାନାରେ ଘଟଣାକୁ ଚପାଇଦେବା ଲାଗି ଉଦ୍ୟମ କରାଯାଉଛି ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

   Related Posts