ଅକ୍ଷୟ କୁମାର ନୁହେଁ ରାଜ୍‌କୁମାର ବଲିଉଡର ସବୁଠୁ ବ୍ୟସ୍ତ କଳାକାର, ଏମିତି ରହିଛି ଫିଲ୍ମର ଲିଷ୍ଟ

Published By : Prameya-News7 Bureau | November 06, 2020 IST

ମୁମ୍ବାଇ ୬/୧୧: ବଲିଉଡରେ ବ୍ୟସ୍ତ କଳାକାର ଭାବରେ ବେଶ ଜଣାଶୁଣା ଅକ୍ଷୟ କୁମାର। ପ୍ରତି ବର୍ଷ ତାଙ୍କର ୪-୫ ଫିଲ୍ମ ରିଲିଜ୍‌ ହୁଏ।  ଗୋଟିଏ ଫିଲ୍ମ ରିଲିଜ୍‌ ହେବା ବେଳେ ଆଉ କିଛି ରିଲିଜ୍‌ ଅପେକ୍ଷାରେ ଥାଏ। ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ ଚର୍ଚ୍ଚାରେ ରହିଛି। ସେପଟେ ଚଳିତ ବର୍ଷ ସୂର୍ଯ୍ୟବଂଶୀ, ଲକ୍ଷ୍ମୀ, ବେଲ ବଟମ୍‌, ପୃଥ୍ବୀରାଜ, ବଚ୍ଚନ ପାଣ୍ଡେ ଫିଲ୍ମରେ ଅଭିନୟ କରିସାରିଛନ୍ତି ଅକ୍ଷୟ।

{"id":357392,"sizeSlug":"large"}

ଗୋଟିଏ ପଟେ ଯଦି ଆମେ ଅକ୍ଷୟଙ୍କୁ ବ୍ୟସ୍ତ କଳାକାର ବୋଲି ଧରିବା ଅନ୍ୟପଟେ ରାଜକୁମାର ରାଓଙ୍କ ଫିଲ୍ମ ଲିଷ୍ଟ ଦେଖିଲେ ଏହି ଚିତ୍ର ବିଲକୁଲ ଭିନ୍ନ। ରାଜକୁମାରଙ୍କ ଅଭିନୀତ ୮ ଫିଲ୍ମ ଏବେ ରିଲିଜ୍‌ ଅପେକ୍ଷାରେ ଅଛି। ଲୁଡୋ ଖୁବଶୀଘ୍ର ରିଲିଜ୍‌ ହେବାକୁ ଥିବା ବେଳେ ରାଜକୁମାରଙ୍କ ଲୁକ୍‌ ପୂର୍ବରୁ ରିଲିଜ୍‌ ହୋଇସାରିଛି। ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅନୁରାଗ ବାସୁ।

ଲୁଡୋ ବ୍ୟତୀତ ରାଜକୁମାର ଛଲାଙ୍ଗରେ ବି ନଜର ଆସିବେ। ଯାହାକି ସ୍ପୋର୍ଟସ୍‌ ଡ୍ରାମା ଉପରେ ଆଧାରିତ ହୋଇଥିବା ବେଳେ ଏବେ ଏହି ଫିଲ୍ମ ଦର୍ଶକଙ୍କ ମହଲରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆୟୁଷ୍ମାନ ଖୁରାନା ଷ୍ଟାରର ବଧାଇ ହୋର ଦ୍ବିତୀୟ ପାର୍ଟ ‘ବଧାଇ ଦୋ’ ପାଇଁ ମଧ୍ୟ ରାଜକୁମାର ଓ ଭୁମି ପାଡେନକର ସହମତି ପ୍ରକାଶ କରିଛନ୍ତି।

{"id":357393,"sizeSlug":"large"}

ରାଜୁକାମର ରାଓ ଏବେ ଚଣ୍ଡିଗଡ଼ରେ ସୁଟିଂ କରୁଥିବା ନଜର ଆସିଛନ୍ତି। ସେଠାରେ ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ର ପ୍ରାରମ୍ଭିକ ସିନ୍‌ ସୁଟିଂ କରୁଛନ୍ତି ରାଜକୁମାର। ସେପଟେ ବହୁ ପ୍ରତିକ୍ଷିତ ରୁହୀ ଆଫଜା ଯାହାର ନାଁ ଏବେ ରୁହୀ ଅଫସାନା କରାଯାଇଛି ଏଥିରେ ବି ରାଜକୁମାର ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହା ସହ ନେଟଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଥିବା ହ୍ବାଇଟ୍‌ ଟାଇଗରରେ ଆଦର୍ଶ ଗୁପ୍ତା ଓ ପ୍ରିୟଙ୍କା ଚୋପ୍ରା ଲିଡ୍‌ ରୋଲ୍‌ରେ ଥିବା ବେଳେ ଏଥିରେ ବି ରାଜକୁମାର ରାଓଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଧର୍ମେନ୍ଦ୍ର ଷ୍ଟାରର ଫିଲ୍ମ ଚୁପକେ ଚୁପକେରେ ବି ରାଜକୁମାର ରୋଲ୍‌ କରିବେ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଷ୍ଟାର କାଷ୍ଟ ସମ୍ପର୍କ​‌ରେ ଜଣାପଡ଼ିନାହିଁ। ଅନ୍ୟପଟେ ୨୦୨୧ରେ ଏକ ତେଲୁଗୁ ଫିଲ୍ମ ରିମେକ୍‌ରେ ବି ନଜର ଆସିବେ ରାଜକୁମାର ରାଓ। ଏହି ଫିଲ୍ମ ଇନ୍‌ଭେଷ୍ଟିଭେଟିଭ୍‌ ଥ୍ରିଲ୍‌ର ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମ ପାଇଁ ବେଶ ଉତ୍ସାହିତ ଅଛନ୍ତି ରାଜକୁମାର। ଫିଲ୍ମର ନିର୍ଦେଶନା ଡ. ସୈଲେଶ କୁମାର ଦେଉଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.