ଲଣ୍ଡନରେ ହେଲା ଦେଖା-ଦେଇଥିଲେ ମନ, ବାହାଘରକୁ ଆସି ନଥିଲେ ଅବଦୁହ୍ଲା ପରିବାର..

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଳୀ ୦୧।୧୨ : କଂଗ୍ରେସର ଜଣେ ଶକ୍ତିଶାଳୀ ନେତା ତଥା ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ୍ ସଚିନ୍ ପାଇଲଟ୍। ତାଙ୍କୁ କିଏ ବା ନ ଜାଣେ । ହେଲେ ତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି କି , ଦୁହେଁ କିପରି ପରସ୍ପରକୁ ଏତେ ଗଭୀର ଭାବେ ଭଲ ପାଇ ବସିଲେ। ଏବଂ ପ୍ରେମ କରୁଥିବା ଏହି ଦମ୍ପତି ଧର୍ମର ବନ୍ଧନକୁ ଭାଙ୍ଗି କିପରି ବିବାହ କରିଥିଲେ। ସଚିନ୍ ପାଇଲଟ୍ ଏବଂ ସାରା ଅବଦୁଲ୍ଲାଙ୍କ ପ୍ରେମ କାହାଣୀ ଏକ ଫିଲ୍ମ କାହାଣୀ ପରି । ତେବେ ସାର ଅବଦୁଲ୍ଲା ପୂର୍ବତନ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଓମାର ଅବଦୁଲ୍ଲାଙ୍କ ଭଉଣୀ ଅଟନ୍ତି । ଦୁହେଁ ଲଣ୍ଡନରେ ପଢୁଥିବା ସମୟରେ ପ୍ରେମ କାହାଣୀ ପରସ୍ପର ପ୍ରତି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହି ସମୟରେ ସଚିନ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ଏମବିଏ ପଢିବା ପାଇଁ ଲଣ୍ଡନକୁ ଆସିଥିଲେ। ଏହି ସମୟରେ ଦୁହେଁ ପରସ୍ପରୁ ଭେଟିଥିଲେ ଏବଂ ପସନ୍ଦ କରିବାକୁ ଲାଗିଲେ ।  କିଛି ଦିନ ପରେ ଦୁହେଁ ଦୁହିଁଙ୍କୁ ଡେଟିଂ କରିବା ଆରମ୍ଭ କରିଦେଲେ ।

ଲଣ୍ଡନରେ ପାଠପଢା ଶେଷ କରିବା ପରେ ସଚିନ୍ ଦିଲ୍ଲୀ ଫେରି ଆସିଥିଲେ । ହେଲେ ସାରା ତାଙ୍କର ପଢା ଶେଷ କରିବା ଯାଏଁ ଲଣ୍ଡନରେ ଥିଲେ । କିନ୍ତୁ ଏତେ ଦୂରରେ ରହିବା ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପ୍ରେମ ଆହୁରି ବଢି ଚାଲିଲା । ଉଭୟ ଇ-ମେଲ ଏବଂ ଫୋନ୍ ମାଧ୍ୟମରେ ପ୍ରତିଦିନ ପରସ୍ପର ସହ କଥା ହେଉଥିଲେ ନିଜ ବିଷୟରେ ଭଲ ମନ୍ଦ ପଚାରୁଥିଲେ । ତିନି ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ପରିବାରକୁ ସେମାନଙ୍କ ସମ୍ପର୍କ ବିଷୟରେ କହିବାକୁ ସ୍ଥିର ମନେ କଲେ। ହେଲେ ଏହା କହିବା ତାଙ୍କ ପାଇଁ ସହଜ ନଥିଲା । କାହିଁକି ନା ବାସ୍ତବରେ ସାରା ଜଣେ ମୁସଲମାନ ଏବଂ ସଚିନ୍ ଜଣେ ହିନ୍ଦୁ ଥିଲେ । ସଚିନ ପାଇଲଟ ଏବଂ ସାରାଙ୍କ ପ୍ରେମ ମଧ୍ୟ ଧର୍ମ ଏକ ପାଚେରୀ ହୋଇ ଠିଆ ହୋଇଥିଲା । ଯେତେବେଳେ ଦୁହେଁ ନିଜ ପରିବାର ସହିତ ସେମାନଙ୍କର ସମ୍ପର୍କ ବିଷୟରେ କହିଥିଲେ, ସେତେବେଳେ ସେମାନଙ୍କ ପରିବାର ସେମାନଙ୍କ ପ୍ରେମକୁ ବିରୋଧ କରିଥିଲେ। ସଚିନଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ । ଅନ୍ୟପଟେ ସାରାଙ୍କ ପାଇଁ ମଧ୍ୟ ଏହି ରାସ୍ତା ମଧ୍ୟ ବହୁତ କଷ୍ଟ ଥିଲା ।

ଶେଷରେ, ଜାନୁୟାରୀ ୨୦୦୪ରେ, ସଚିନ ଏବଂ ସାରା ଦୁନିଆର ପଛରେ ପକାଇ କିଛି ନଭାବି ଦୁହେଁ ବିବାହ କରିଥିଲେ । ହେଲେ ଏହି ବିବାହରେ ଅବଦୁଲ୍ଲା ପରିବାରର କେହି ବି ଉପସ୍ଥିତ ନଥିଲେ। କିନ୍ତୁ ସଚିନଙ୍କ ପରିବାର ସାରାଙ୍କୁ ସମର୍ଥନ କରିଥିଲେ। ସମୟ ସହିତ ଅବଦୁଲ୍ଲା ପରିବାର ସାରା ଏବଂ ସଚିନଙ୍କ ସମ୍ପର୍କକୁ ମଧ୍ୟ ଗ୍ରହଣ କଲେ । ବର୍ତ୍ତମାନ ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଅଛି ।  ବାସ୍ତବ ଜୀବନରେ ମଧ୍ୟ ସାରା ଏବଂ ସଚିନ୍‌ଙ୍କ ପ୍ରେମ କାହାଣୀକୁ ସଫଳ କରିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.