Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ରାଜସ୍ଥାନ ରାଜନୀତି: ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟପାଳଙ୍କୁ ଭେଟିଲେ ବାଚସ୍ପତି

29/07/2020 at 8:52 PM

ଜୟପୁର ୨୯।୭: ରାଜସ୍ଥାନ ରାଜନୀତିରେ ଉଠିଥିବା ଝଡ ଥମିବାର ନାଁ ନେଉନି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବିଧାସଭା ଆହ୍ୱାନକୁ ନେଇ ଅଡି ଯାଇଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ନିମନ୍ତେ ୨୧ ଦିନିଆ ନୋଟିସ୍  ମାଗୁଛନ୍ତି । ଏପରି ପରିସ୍ଥିତିରେ ବୁଧବାର ବିଧାନସଭା ବାଚସ୍ପତି ଡା.ସି.ପି.ଯୋଶୀ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ରାଜସ୍ଥାନ ବିଧାନସଭା ବାଚସ୍ପତି ଜନ୍ମଦିନ ଅବସରରେ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟପାଳ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିବା ସହ ବାଚସ୍ପତିଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥଲେ। ସାକ୍ଷାତ ଅବସରରେ ବାଚସ୍ପତିଙ୍କୁ ରାଜ୍ୟପାଳ ଉପହାରରେ ଏକ ଗିତା ଦେଇଛନ୍ତି। ସେହିପରି ବାଚଷ୍ପତ୍ତି ରାଜ୍ୟପାଳଙ୍କୁ ଉତ୍ତରୀୟ ପ୍ରଦା ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ବୋଲି ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି।

ଜୁଲାଇ ୩୧ରେ ରାଜସ୍ଥାନ ବିଧାନସଭା ଆହ୍ୱାନ କରିବା ଲାଗି ଗହଲୋତଙ୍କ ମନ୍ତ୍ରୀମଣ୍ଡଳ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ତେବେ ଏଥିଲାଗି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ୨୧ ଦିନର ନୋଟିସ୍ ଦିଅ ବୋଲି ମନ୍ତ୍ରୀମଣ୍ଡଳକୁ ଜଣାଇ ଦେଇଛନ୍ତି। ତେବେ ମନ୍ତ୍ରୀମଣ୍ଡଳ ରାଜ୍ୟପାଳଙ୍କ ପତ୍ର ସହ ବିଧାନସଭା ଅଧିବେଶନ ନିମନ୍ତେ ନିବେଦନ ପୁଣି ପଠାଇ ଦେଉଛନ୍ତି। ହେଲେ ରାଜ୍ୟପାଳ ଏହାକୁ ସ୍ୱୀକାର କରୁନଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ରାଜ୍ୟପାଳଙ୍କୁ ଭେଟିଥିଲେ।

ରାଜ୍ୟପାଳଙ୍କ ସହ ପ୍ରାୟ ୧୫ ମିନିଟ୍ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ହେଲେ ବିଧାନସଭା ଅଧିବେଶନ ଲାଗି ଜାରି ଗତିରୋଧ ସମାଧାନ ହୋଇପାରିନି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ନୋଟିସ୍‌ର ସର୍ତ୍ତକୁ ନେଇ ମୁଖ୍ୟମନ୍ତ୍ରୀ ୨୧ ଦିନ ହେଉ କି ୩୧ ଦିନ ଫଳାଫଳ ନିଶ୍ଚିତ ଆମ ସପକ୍ଷରେ ଯିବ।  ସ୍ୱାଧୀନତାର ୭୦ ବର୍ଷ ପରେ କୌଣସି ରାଜ୍ୟପାଳ ପ୍ରଥମ ଥର ନୋଟିସ୍ ମିଳିଲେ ବିଧାନସଭା ଅଧିବେଶନ ଡାକିବେ ବୋଲି କହୁଛନ୍ତି। ଏଥିରୁ ଦେଶର ଗତି କେଉଁ ଆଡକୁ ତାହା ଆପଣମାନେ ଅନୁଭବ କରୁଥିବେ ବୋଲି ସାମ୍ବାଦିକଙ୍କୁ  କହିଥିଲେ ଗହଲୋତ ।

   Related Posts