ଉତ୍ତରପ୍ରଦେଶରେ ଶକ୍ତିହୀନ ହେଉଛି କଂଗ୍ରେସ : ଲାଗିପାରେ ବଡ ଝଟକା, ସମାଜବାଦୀ ପାର୍ଟିକୁ ଫେରିଯିବେ ରାଜ ବବ୍ବର !

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ, ୨୭/୦୧: ପାଖେଇ ଆସୁଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । କିନ୍ତୁ ବଢିବାରେ ଲାଗିଛି କଂଗ୍ରେସର ଅଡୁଆ । ଅନେକ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଦଳ ଛାଡିଛନ୍ତି । କିଛିଦିନ ତଳେ ଉତ୍ତର ପ୍ରଦେଶର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂ ବିଜେପିରେ ସାମିଲ ହୋଇଥିଲେ । ଏବେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିପାରେ । ପୂର୍ବତନ ରାଜ୍ୟ ସଭାପତି ତଥା ଅଭିନେତା ରାଜ ବ୍ବର ପୁଣି ସମାଜବାଦୀ ପାର୍ଟିରେ ସାମିଲ  ହୋଇପାରନ୍ତି । ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

ସୂତ୍ରାନୁସାରେ, ରାଜ ବବ୍ବର ଅତିଶୀଘ୍ର କଂଗ୍ରେସ ଛାଡି ସାଇକେଲ ଚଢିପାରନ୍ତି । ସମାଜବାଦୀ ପାର୍ଟିର ନେତା ପଖରୁଲ ହସନ ଚାନ୍ଦ ଏନେଇ ଇଶାରା ମଧ୍ୟ ଦେଇଛନ୍ତି । କଂଗ୍ରେସର ପୂର୍ବତନ ପିସିସି ଅଧ୍ୟକ୍ଷ ତଥା ପୂର୍ବତନ ସମାଜବାଦୀ ପାର୍ଟିର ନେତା ଜଲଦି ଦଳରେ ସାମିଲ ହେବେ ବୋଲି ସେ କହି ସାରିଛନ୍ତି । ଏହି ସବୁ ଇଙ୍ଗିତ ରାଜ ବବ୍ବରଙ୍କ ଇଙ୍ଗିତ କରୁଛି ।

ସୂଚନାଯୋଗ୍ୟ, ରାଜ ବବ୍ବର ଜନତା ଦଳରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୫ ବର୍ଷ ଯାଏଁ ସେ ଜନତା ଦଳରେ ରହିବା ପରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । ୧୯୯୪ରେ ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ସାଂସଦ ଓ ୨୦୦୪ରେ ଲୋକସଭା ସାଂସଦ ହୋଇଥିଲେ । ୨୦୦୬ରେ ସେ ସମାଜବାଦୀ ପାର୍ଟି ଛାଡିବା ସହ ୨୦୦୮ରେ କଂଗ୍ରେସରେ ସାମିଲ ହୋଇଥିଲେ ।

୨୦୦୯ରେ ସେ ଲୋକସଭା ନିର୍ବାଚନରେ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ପରାସ୍ତ କରିଥିଲେ । ୨୦୧୪ରେ କଂଗ୍ରେସ ତାଙ୍କୁ ଗାଜିଆବାଦ ଆସନକୁ ଜେନେରାଲ ଭିକେ ସିଂଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । କିନ୍ତୁ ରାଜ୍ ପରାସ୍ତ ହୋଇଥିଲେ । ୨୦୧୬ରେ ତାଙ୍କୁ କଂଗ୍ରେସ ଉତ୍ତର ପ୍ରଦେଶର ପିସିସି ମୁଖିଆ କରିଥିଲା । ତେବେ ସେ ବଲିଉଡରେ କାମ କରୁଥିବା ବେଳେ ୨୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ଅଧିକାଂଶ ପିଲ୍ମ ହିଟ୍ ମଧ୍ୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.