ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ୩୦ରୁ ୪୦ କି.ମି. ବେଗରେ ବହିପାରେ ପବନ

Published By : Prameya-News7 Bureau | March 22, 2020 IST

ଭୁବନେଶ୍ବର ୨୨।୩: ରାଜ୍ୟର କିଛି ସ୍ଥାନରେ ଆଜି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ଝଡବର୍ଷା ବୋଲି ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ସେହିଭଳି ଆସନ୍ତାକାଲି ଏବଂ ୨୪ ତାରିଖରେ ମୟୂରଭଞ୍ଜ, କୋରାପୁଟ, ରାୟଗଡା, ମାଲକାନଗିରି, କନ୍ଧମାଳ ଆଦି ଜିଲ୍ଲାର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖରେ ପାଗ ଶୁଖିଲା ରହିବ।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଗତକାଲି ଭୁବନେଶ୍ବରରେ ୩୪.୪, ମାଲକାନଗିରିରେ ୧୩.୨, ରାୟଗଡାରେ ୧୦.୪ ଓ ପାରଳାଖେମୁଣ୍ଡିରେ ୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.