ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍- ଭ୍ୟାକ୍ସିନ ବିଦେଶକୁ କଣ ପାଇଁ ପଠାଇଲେ ? ମୋତେ ବି ଗିରଫ କରନ୍ତୁ

Published By : Prameya-News7 Bureau | May 16, 2021 IST

ନୂଆଦିଲ୍ଲୀ ୧୬।୦୫: କରୋନା ଭ୍ୟାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରି ରାଜଧାନୀ ଦିଲ୍ଲୀରେ ପୋଷ୍ଟ ମରା ମାମଲାରେ ପୋଲିସ ଦ୍ଵାରା ଗିରଫଦାରୀକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ପୋଷ୍ଟରରେ ଲେଖା ହୋଇଥିବା କଥାକୁ ଟ୍ଵିଟ୍ କରି ତାଙ୍କୁ ମଧ୍ୟ ଗିରଫ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଉଲ୍ଲେଖନୀୟ ଦିଲ୍ଲୀରେ ଗତ ଦିନରେ କିଛି ଲୋକ ପୋଷ୍ଟର ମାରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ପିଲାମାନଙ୍କ ଭ୍ୟାକ୍ସିନ ବିଦେଶକୁ କଣ ପାଇଁ ପଠାଇଲେ ? ଏହି ମାମଲାର  ଦିଲ୍ଲୀ ପୋଲିସ ୨୫ ଲୋକଙ୍କୁ ଗିରଫ କରିଥିଲା।

କେରଳର ଓ୍ଵାୟନାଡରୁ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଳା ପୋଷ୍ଟର ସହ ଟ୍ଵିଟ୍ କରିଛନ୍ତି। ଏଥିରେ ଲେଖା ହୋଇଛି ଯେ, ମୋଦୀ ଜୀ ଆମ ପିଲାଙ୍କ ଭ୍ୟାକ୍ସିନ ବିଦେଶ କଣ ପାଇଁ ପଠାଇ ଦେଲେ ? ମୋତେ ବି ଗିରଫ କରନ୍ତୁ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ବିଗତ ଅନେକ ଦିନ ଧରି କରୋନା ଭାଇରସ୍‌ ଓ ଭ୍ୟାକ୍ସିନକୁ ନେଇ କେନ୍ଦ୍ର ସରକାରଙ୍କୁ କ୍ରମାଗତ ନିଶାଣ କରି ଚାଲିଛନ୍ତି।

wp:html /wp:html

ଗୋଟିଏ ଦିନ ପୂର୍ବେ ରାହୁଲ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଅର୍ଥକାରୀ ଟିକାକରଣ ନୀତି ଯୋଗୁଁ ବିନାଶକାରୀ ତୃତୀୟ ଲହର ଆସିବା ସୁନିଶ୍ଚିତ।  ଭାରତକୁ ଉଚିତ୍ ଟିକାକରଣ ରଣନୀତିର ଆବଶ୍ୟକତା ରହିଛି। ସେ ଗଣମାଧ୍ୟମରେ ପ୍ରକାଶିତ ଖବରର କଟିଙ୍ଗ୍ ମଧ୍ୟ  ଲଗାଇଥିଲେ। ଏଥିରେ ଦାବି କରାଯାଇଥିଲା, ଗଙ୍ଗା କୂଳରେ ୧୧୪୦ କିଲୋମିଟର ଅଞ୍ଚଳରେ ୨୦୦୦ରୁ ଅଧିକ ଶବ ମିଳିଛି। କଂଗ୍ରେସ ନେତା ତାତ୍ସଲ୍ୟ କରିଥିଲେ ଯେ, ଯିଏ କହୁଥିଲା ଗଙ୍ଗା ତାଙ୍କୁ ଡକାଇଛନ୍ତି, ସେ ଆଜି ଗଙ୍ଗାକୁ କନ୍ଦାଉଛି।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ନେଇ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ସରକାରଙ୍କୁ ନିଜର ଗୋଲାପୀ ଚଷମାକୁ ଖୋଲିଦେବା ଉଚିତ୍, ଯାହାଙ୍କୁ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ବ୍ୟତୀତ ଆଉ କିଛି ଦେଖାଯାଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.