ବ୍ରିଟେନରୁ ମହୁଆ ଓ ତେଜସ୍ୱୀଙ୍କ ସହ ଫଟୋ ସେୟାର କଲେ ରାହୁଲ ଗାନ୍ଧୀ, କହିଲେ 'ଜୟ ହୋ ଭାରତର ଗଣତନ୍ତ୍ର'

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ ୨୧/୦୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଲଣ୍ଡନ ଲଣ୍ଡନରେ ଅନୁଷ୍ଠିତ 'ଆଇଜିଆ ଫର ଇଣ୍ଡିଆ' ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଭାରତରେ ଗଣତନ୍ତ୍ର ଏକ ସର୍ବଭାରତୀୟ ଜନସାଧାରଣଙ୍କ ସ୍ୱାର୍ଥ । ଏବଂ ଭାରତୀୟମାନେ ଏକମାତ୍ର ଯିଏ ଗଣତନ୍ତ୍ରକୁ ଏକ ଅନନ୍ୟ ସ୍ତରରେ ପରିଚାଳନା କରିଛନ୍ତି ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

wp:html /wp:html

ବ୍ରିଟେନ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଆରଜେଡିର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ, ମନୋଜ ଚଢ୍ଡା, ଟିଏମସିର ମହୁଆ ମିତ୍ର ଏବଂ ସିପିଆଇର ସୀତାରାମ ୟେଚୁରୀଙ୍କ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ମୁଖ୍ୟ କହିଥିଲେ 'ଆଇଡିଆଜ୍ ଫର ଇଣ୍ଡିଆ' ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଏବଂ ଦଳର ମୁଖପାତ୍ର ଗୁରୁଦୀପ ସିଂ ସପାଲ ମଧ୍ୟ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.